ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡର ଖ୍ୟାତନାମା ଅଭିନେତ୍ରୀ ଦୀପିକା ପାଦୁକୋନ। ନିଜର ସୁନ୍ଦର ଅଭିନୟ ପାଇଁ ସେ ବେଶ୍‌ ଲୋକପ୍ରିୟତା ହାସଲ କରିଛନ୍ତି ଓ ଦର୍ଶକଙ୍କ ହୃଦୟରେ ଆଜି ରାଜ କରୁଛନ୍ତି।  ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୀପିକା ମା’ ବାପା କିନ୍ତୁ ଚାହୁଁନଥିଲେ ସେ ଅଭିନେତ୍ରୀ ହୁଅନ୍ତୁ। ଦୀପିକାଙ୍କୁ ଜଣେ ବ୍ୟାଡ ମିଣ୍ଟନ ଖେଳାଳି ଭାବେ ଦେଖିବାକୁ ଚାହଁଥିଲେ ତାଙ୍କ ବାପା ମା’। ଦୀପିକା ପାଦୁକୋନ୍ ଗୋଟିଏ ଖେଳାଳି ପରିବାରରୁ ଆସିଛନ୍ତି। ଦୀପିକାଙ୍କର ପିତା ପ୍ରକାଶ ପାଦୁକୋନ୍ ଜଣେ ବିଶ୍ୱବିଖ୍ୟାତ ବ୍ୟାଟ୍‌ମିଣ୍ଟନ୍‌ ଖେଳାଳି।

ଦୀପିକାଙ୍କର ସାନ ଭଉଣୀ ଅନିଷା ପାଦୁକୋନ୍ ଜଣେ ଗୋଲ୍‌ଫ୍‌ ଖେଳାଳୀ। ଗୋଟିଏ ଖେଳାଳି ପରିବାରରୁ ଆସିବା ସତ୍ତ୍ୱେ ଦୀପିକା ଗ୍ଲାମର୍‌ ଜଗତ ପ୍ରତି ଆକର୍ଷିତ ହୋଇଥିଲେ। ତାଙ୍କ ପିତା ଚାହୁଁଥିଲେ ଦୀପିକା ତାଙ୍କ ଭଳି ଜଣେ ଉତ୍ତମ ବ୍ୟାଟ୍‌ ମିଣ୍ଟନ ଖେଳାଳି ହୁଅନ୍ତୁ। କିନ୍ତୁ ପିତା-ମାତାଙ୍କୁ ରାଜି କରାଇ ଅଭିନୟ କ୍ୟାରିଅର୍‌କୁ ଚୟନ କରିଥିଲେ ଦୀପିକା।

Comment