ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ବୁଧବାରଠୁ ଲାଗି ରହିଛି ବର୍ଷା। ଏଥିପାଇଁ କିଛି ଟ୍ରେନ୍‌ ଚଳାଚଳ ବାତିଲ କରାଯାଇଛି। ଏପେଇ ପୂର୍ବତଟ ରେଲଓ୍ୱେ ପକ୍ଷରୁ ସୂଚନା ଦିଆଯାଇଛି।

ବିଜୟନଗରମ୍‌ ଅଞ୍ଚଳରେ ଟ୍ରାକ୍‌ ସର୍କିଟ୍‌ ଫେଲ୍ୟୁୟର ଯୋଗୁଁ ଟ୍ରେନ୍‌ ବାତିଲ କରାଯାଇଥିବା ବେଳେ ବିଶାଖାପାଟଣା ଓ ବ୍ରହ୍ମପୁର ପାସେଞ୍ଜର ଟ୍ରେନ୍‌ ଉଭୟ ପାର୍ଶ୍ୱରୁ ଚଳାଚଳ ବନ୍ଦ କରାଯାଇଛି।

ଗୁରୁବାର ଯିବାକୁ ଥିବା ବିଶାଖାପାଟଣା ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରାଯାଇଛି। ଏହାସହ ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ମେମୁ ପାସ୍‌ ଟ୍ରେନ୍‌ ଆଜି ପାଇଁ ଅର୍ଥାତ୍‌ ଗୁରୁବାର ବାତିଲ କରାଯାଇଛି।

ବିଶାଖାପାଟଣା- ବ୍ରହ୍ମପୁର ଓ୍ୱାନ୍‌ ଫେୟାର ପାସେଞ୍ଜର ଟ୍ରେନ୍‌ ଉଭୟ ପଟୁ ବାତିଲ କରାଯାଇଥିବା ବେଳେ ଶୁକ୍ରବାର ଯିବାକୁ ଥିବା ବ୍ରହ୍ମପୁର-ବିଶାଖାପାଟଣା ଇଣ୍ଟରସିଟି ଏକ୍ସପ୍ରେସ୍‌କୁ ମଧ୍ୟ ବାତିଲ କରାଯାଇଛି।

Comment