ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡରେ ଖୁବଶୀଘ୍ର ଆସିବାକୁ ଯାଉଛି ମହାଭରତ ଉପରେ ଆଧାରିତ ଏକ ନୂଆଧରଣ ଫିଲ୍ମ। ଯେଉଁଥିର ଅଭିନେତ୍ରୀ ଦୀପିକା ପାଦୁକୋନ ଦ୍ରୌପଦୀ ଭୂମିକାରେ ଆସିବେ।

ପୌରାଣିକ ଗାଥା ‘ମହାଭାରତ’କୁ ନେଇ ଏବେ ଯାଏଁ ଅନେକଗୁଡ଼ିଏ ସିରିଆଲ୍ ଆଉ ଫିଲ୍ମ ନିର୍ମାଣ ହୋଇଛି। ସବୁଥିରେ ପଞ୍ଚୁପାଣ୍ଡବଙ୍କ ଦୃଷ୍ଟିକୋଣରୁ ହିଁ ମହାଭାରତର କାହାଣୀ କୁହାଯାଇଛି। ଦ୍ରୌପଦୀଙ୍କୁ କେବଳ ଏହାର ଗୋଟିଏ ଭାଗ ଭାବେ ଚିତ୍ରଣ କରାଯାଏ।

ପ୍ରଥମ ଥର ଏପରି ଏକ ନୂଆଧରଣର ‘ମହାଭାରତ’ କାହାଣୀ ଦେଖିବାକୁ ମିଳିବ ଯେଉଁଥିରେ ଦ୍ରୌପଦୀଙ୍କ ଦୃଷ୍ଟିକୋଣରୁ ପୌରାଣିକ ଗାଥା  ‘ମହାଭାରତ’ର କାହାଣୀ ଜାଣିବାକୁ ମିଳିବ। ସଂପୂର୍ଣ୍ଣ ଫିଲ୍ମଟି ଦ୍ରୌପଦୀଙ୍କର ଦୃଷ୍ଟିକୋଣରୁ ଚିତ୍ରଣ କରାଯିବ।

ଅଭିନେତ୍ରୀ ଦୀପିକା ପାଦୁକୋନ୍‌ ଏଥିରେ ଦ୍ରୌପଦୀ ଅବତାରରେ ଅଭିନୟ କରିବା ସହିତ ଫିଲ୍ମର ପ୍ରଯୋଜନା ବି କରିବେ।

ଏହି ମହାଭାରତର କାହାଣୀ କେତେଗୁଡ଼ିଏ ପର୍ଯ୍ୟାୟରେ ଆସିବ। ୨୦୨୧ ଦୀପାବଳୀରେ ଏହାର ପ୍ରଥମ ଭାଗ ରିଲିଜ୍ ହେବ।

Comment