ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟର ବରିଷ୍ଠ ନାଗରିକମାନଙ୍କୁ ଦେଶର ବିଭିନ୍ନ ତୀର୍ଥ ସ୍ଥାନ ଭ୍ରମଣର ସୁବିଧା ପାଇଁ ରାଜ୍ୟ ସରକାର ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ପ୍ରଣୟନ କରିଛନ୍ତି। ଏହି ଯୋଜନା ମଧ୍ୟରେ ଚଳିତ ବର୍ଷ ମଧ୍ୟ ରାଜ୍ୟର ବରିଷ୍ଠ ନାଗରିକମାନେ ତୀର୍ଥଯାତ୍ରାର ସୁବିଧା ଉଠାଇ ପାରିବେ।

ଏହି ଯୋଜନା ରାଜ୍ୟ ପର୍ଯ୍ୟଟନ ବିଭାଗ, ଇଣ୍ଡିଆନ୍‌ ରେଲଓ୍ଵେ କ୍ୟାଟରିଙ୍ଗ ଓ ଟୁରିଜିମ୍‌ କର୍ପୋରେସନ ସହଯୋଗରେ କାର୍ଯ୍ୟକାରୀ ହେଉଛି। ଯୋଜନାର ସମ୍ପୂର୍ଣ୍ଣ ବିବରଣୀ ପାଇଁ ପର୍ଯ୍ୟଟନ ବିଭାଗ ଓ୍ଵେବସାଇଟ www.dot.odishatourism.gov.in କୁ ଯାଇପାରିବେ।

ଯୋଗ୍ୟତା

  • ଇଚ୍ଛୁକ ତ୍ରୀର୍ଥଯାତ୍ରୀମାନେ ୬୦ ବର୍ଷରୁ ଅଧିକ ଓ ୭୫ ବର୍ଷରୁ କମ୍‌ ତଥା ଓଡ଼ିଶାର ସ୍ଥାୟୀ ବାସିନ୍ଦା ହୋଇଥିବେ।
  • ଆର୍ଥିକ ଦୁର୍ବଳ ଶ୍ରେଣୀର ବରିଷ୍ଠ ନାଗରିକମାନଙ୍କ ପାଇଁ ଗସ୍ତ ଖର୍ଚ୍ଚରେ ସଂପୂର୍ଣ୍ଣ ରିହାତି ବ୍ୟବସ୍ଥା କରାଯାଇଛି।
  • ୭୦ରୁ ୭୫ ବର୍ଷ ବୟସ ପର୍ଯ୍ୟନ୍ତ ନାଗରିକମାନେ ଯାତ୍ରା ସମୟରେ ୧୮ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତିଙ୍କୁ ସହାୟକ ଭାବରେ ସାଙ୍ଗରେ ନେଇପାରିବେ। ଏଥିପାଇଁ ସେହି ବରିଷ୍ଠ ନାଗରିକଙ୍କ ଗସ୍ତ ଖର୍ଚ୍ର ୫୦ ଭାଗ ଅର୍ଥ ବ୍ୟାଙ୍କ ଡ୍ରାଫ୍ଟ ମାଧ୍ୟମରେ ପର୍ଯ୍ୟଟନ ନିର୍ଦ୍ଦେଶକ, ଭୁବନେଶ୍ଵରରେ ଦରଖାସ୍ତ ଦାଖଲ କରିବେ।
  • ଆୟକର ଦେଉଥିବା ବରିଷ୍ଠ ନାଗରିକମାନେ ଏହି ଯୋଜନାର ପରିସର ଭୁକ୍ତ ନୁହନ୍ତି।
  • ଇଚ୍ଛୁକ ପ୍ରାର୍ଥୀମାନେ ଦରଖାସ୍ତ ଫର୍ମ, ଫଟୋଗ୍ରାଫ, ସ୍ଥାୟୀ ଠିକଣାର ପ୍ରମାଣପତ୍ର, ଆଧାର କାର୍ଡ, ବୟସ ପ୍ରମାଣପତ୍ରର ନକଲ ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ପ୍ରମାଣପତ୍ର ସହ ଜିଲ୍ଲା ପର୍ଯ୍ୟଟନ ବା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଦାଖଲ କରିବେ।
  • ଇଚ୍ଛୁକ ଯାତ୍ରୀମାନେ ଦୂରଯାତ୍ରା ପାଇଁ ଶାରିରୀକ ଓ ମାନସିକ ଭାବେ ସୁସ୍ଥ ହୋଇଥିବେ। ସେ ଯକ୍ଷ୍ମା, କୁଷ୍ଠ, ଶ୍ଵାସଜନିତ ରୋଗ, ହୃଦରୋଗ ଦ୍ଵାରା ଆକ୍ରାନ୍ତ ହୋଇନଥିବା ଦରକାର।

ଆବେଦନ ପ୍ରଣାଳୀ  

  • ଆବେଦନ ଫର୍ମ ଜିଲ୍ଲାପାଳ, ଜିଲ୍ଲା ପର୍ଯ୍ୟଟନ ଓ ବ୍ଲକ ଅଧିକାରୀଙ୍କ କାର୍ଯ୍ୟାଳୟ ତଥା ପର୍ଯ୍ୟଟନ ବିଭାଗର ଓ୍ଵେବସାଇଟ dot.odishatourism.gov.in ରେ ଉପଲବ୍ଧ।
  • ଆବେଦନକାରୀ ଫର୍ମକୁ ସମ୍ପୂର୍ଣ୍ଣ ରୂପେ ପୂରଣ କରି ପ୍ରମାଣପତ୍ର ସହ ଜିଲ୍ଲା ପଅଯ୍ୟଟନ କାର୍ଯ୍ୟାଳୟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ୮ ନଭେମ୍ଵର ୨୦୧୯ ସୁଦ୍ଧା ଦାଖଲ କରିବାକୁ ହେବ।

ଚୟନ ପ୍ରଣାଳୀ

  • ଆବେଦନକାରୀଙ୍କଠାରୁ ଦରଖାସ୍ତ ଗ୍ରହଣ କଲା ପରେ ଟୁରିଷ୍ଟ ଅଫିସର ଏହାକୁ ଯାଞ୍ଚ କରି କ୍ରମିକ ସଂଖ୍ୟା ଓ ଜିଲ୍ଲାକୋଡ ପ୍ରଦାନ କରିବେ। ପ୍ରତ୍ୟେକ ଜିଲ୍ଲା ପାଇଁ ଅଧିକ ତୀର୍ଥଯାତ୍ରୀ ଥିଲେ ଲଟେରୀ ମାଧ୍ୟମରେ ଯାତ୍ରୀ ଚୟନ କରାଯିବ। ପରେ ବଛା ଯାଇଥିବା ତ୍ରୀର୍ଥଯାତ୍ରୀଙ୍କୁ ସେମାନଙ୍କ ଠିକଣା ଜଣାଇ ଦିଆଯିବ।
  • ଚୟନ କରାଯାଇଥିବା ତ୍ରୀର୍ଥଯାତ୍ରମାନେ ନିଜ ବାସସ୍ଥାନରୁ ଟ୍ରେନ ଆରମ୍ଭ ଷ୍ଟେସନରେ ପହଞ୍ଚିବା ଓ ଯାତ୍ରା ସମୟରେ ନିଜ ବାସ ସ୍ଥାନରକୁ ପହଞ୍ଚିବା ଟଙ୍କା ସରକାର ବହନ କରିବେ।
  • ଯାତ୍ରୀମାନେ କେବଳ ଶୟନ ଶ୍ରେଣୀ(ସେକେଣ୍ଡ କ୍ଲାସ ସ୍ଲିପରରେ ଯାତ୍ରା କରିପାରିବେ।

ଚଳିତ ବର୍ଷ ୪ଟି ଟ୍ରେନ ବିଭିନ୍ନ ତ୍ରୀର୍ଥସ୍ଥାନକୁ ଯାତ୍ରା କରିବ

  • ଷ୍ଟେସନ- ବାଲେଶ୍ଵର, ଜିଲ୍ଲା-(ବାଲେଶ୍ଵର, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର), ଯାତ୍ରା ସ୍ଥାନ- ହରିଦ୍ଵାର ଓ ଋଷିକେଶ, ଯାତ୍ରା ଅବଧି – ୬ଦିନ, ଯାତ୍ରାଖର୍ଚ୍ଚ- ୧୩,୫୦୦(ଜଣକୁ), ଯାତ୍ରା ଆରମ୍ଭ ତାରିଖ – ନଭେମ୍ଵର ଦ୍ଵିତୀୟ ସପ୍ତାହ
  • ଷ୍ଟେସନ- ସମ୍ଵଲପୁର, ଜିଲ୍ଲା-(ସମ୍ଵଲପୁର, ଅନୁଗୁଳ, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, ସୋନପୁର, କଳାହାଣ୍ଡି, ଝାରସୁଗୁଡ଼ା, ଦେବଗଡ଼ ଓ ନୂଆପଡ଼ା), ଯାତ୍ରା ସ୍ଥାନ- ଆଗ୍ରା, ମଥୁରା ଓ ବୃନ୍ଦାବନ, ଯାତ୍ରା ଅବଧି – ୫ଦିନ, ଯାତ୍ରାଖର୍ଚ୍ଚ- ୧୧,୨୫୦(ଜଣକୁ), ଯାତ୍ରା ଆରମ୍ଭ ତାରିଖ – ନଭେମ୍ଵର ଚତୁର୍ଥ ସପ୍ତାହ।
  • ଷ୍ଟେସନ- ଭୁବନେଶ୍ଵର, ଜିଲ୍ଲା-(ଖୋର୍ଦ୍ଧା, କଟକ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ, ନୟାଗଡ଼), ଯାତ୍ରା ସ୍ଥାନ- ଆହ୍ଲାବାଦ ଓ ବାରାଣାସୀ, ଯାତ୍ରା ଅବଧି – ୫ଦିନ, ଯାତ୍ରାଖର୍ଚ୍ଚ- ୧୧,୨୫୦(ଜଣକୁ), ଯାତ୍ରା ଆରମ୍ଭ ତାରିଖ – ଡିସ୍ମ୍ଵର ଦ୍ଵିତୀୟ ସପ୍ତାହ।
  • ଷ୍ଟେସନ- ବ୍ରହ୍ମପୁର, ଜିଲ୍ଲା-(ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ରାୟଗଡ଼ା, ମାଲକାନଗିରି ଓ ନବରଙ୍ଗପୁର), ଯାତ୍ରା ସ୍ଥାନ- ରାମେଶ୍ଵରମ୍‌, ମଦୁରାଇ ଓ ତିରୁପତି, ଯାତ୍ରା ଅବଧି – ୭ଦିନ, ଯାତ୍ରାଖର୍ଚ୍ଚ- ୧୫,୭୫୦(ଜଣକୁ), ଯାତ୍ରା ଆରମ୍ଭ ତାରିଖ – ଜାନୁଆରୀ ୨୦୨୦ ପ୍ରଥମ ସପ୍ତାହ।

ଯାତ୍ରୀମାନଙ୍କୁ ଯାତ୍ରାକାଳୀନ ସୁବିଧା

  • ଯାତ୍ରୀମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଏକ ସ୍ଵତନ୍ତ୍ର ଟ୍ରାଭେଲ କିଟ୍‌ ଓ ସ୍ଵତନ୍ତ୍ର ପରିଚୟ ପତ୍ର ପ୍ରଦାନ କରାଯିବ।
  • ଟ୍ରେନ ଯାତ୍ରା ସମୟରେ ଯାତ୍ରୀମାନଙ୍କୁ ସକାଳ ଓ ସନ୍ଧ୍ୟାରେ ଜଳଖିଆ, ନିରାମିଷ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନର ବ୍ୟବସ୍ଥା ସହିତ ରେଳ ଷ୍ଟେସନରୁ ତୀର୍ଥସ୍ଥାନକୁ ନେବା ଆଣିବା ପାଇଁ ପରିବହନ ବ୍ୟବସ୍ଥା ସରକାରଙ୍କ ଦ୍ଵାରା କରାଯାଉଛି।

Comment