ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ଷାରେ ହୋଇଥିବା କ୍ଷୟକ୍ଷତିକୁ ଆକଳନ କରିବାକୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ଏସ୍ଆର୍‌ସି। ଶନିବାର ଏସ୍ଆର୍‌ସି ପ୍ରଦୀପ ଜେନା ରାଜ୍ୟର ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ଏହା ଜଣାଇଛନ୍ତି। ବର୍ଷା କ୍ଷୟକ୍ଷତିର ରିପୋର୍ଟ ଦେବାକୁ ଏଥିରେ ଉଲ୍ଲେଖ ଅଛି।

ଲଗାଣ ବର୍ଷା କାରଣରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଅନେକ କ୍ଷୟକ୍ଷତିର ହୋଇଥିଲା। ତେଣୁ ସମସ୍ତ ଜିଲ୍ଲାରେ ବାସଗୃହ ଓ ଫସଲ ଆଦିର କ୍ଷୟକ୍ଷତି ଆକଳନ କରି ଆସନ୍ତା ୪ ତାରିଖ ମଧ୍ୟରେ ରିପୋର୍ଟ ଦେବାକୁ ସେ କହିଛନ୍ତି। ରିପୋର୍ଟ ମିଳିବା ପରେ ସମସ୍ତ କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ ସହାୟତା ପ୍ରଦାନ କରାଯିବ ବୋଲି ଏସଆରସି କହିଛନ୍ତି।

ବର୍ତ୍ତମାନ ଯେଉଁ ଜିଲ୍ଲାରେ ଅଳ୍ପ କିଛି କ୍ଷତିଗ୍ରସ୍ତ ଲୋକ ଅଛନ୍ତି ସେମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେ ଚିଠିରେ ଉଲ୍ଲେଖ କରିଛନ୍ତି।

Comment