ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାପୁଙ୍କ ସଂଘର୍ଷମୟ ଜୀବନଯାତ୍ରାରେ କସ୍ତୁରବା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ବାପୁଙ୍କ ପାଇଁ ସେ ନିଜ ସଂପୂର୍ଣ୍ଣ ଜୀବନକୁ ଉତ୍ସର୍ଗ କରିଥିଲେ।

ବାପୁ ଏବଂ କସ୍ତୁରବାଙ୍କ ମଧ୍ୟରେ ଥିବା ପ୍ରେମ ଓ ବିଶ୍ୱାସର କାହାଣୀକୁ ନେଇ ନିର୍ମାତା ମନୋଜ ପାଣ୍ଡେ ନିର୍ମାଣ କରିଛନ୍ତି ଫିଲ୍ମ “ଗାନ୍ଧୀ କି ପ୍ରେରଣା କସ୍ତୁରବା”। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ମନିଷ ଠାକୁର। ବାପୁଙ୍କ ସହିତ କସ୍ତୁରବାଙ୍କର ଜୀବନଯାତ୍ରା ଉପରେ ଫିଲ୍ମଟି ଆଧାରିତ।

କସ୍ତୁରବାଙ୍କ ବିଷୟରେ କୌଣସି ପୁସ୍ତକରେ ବିଶେଷ ବିବରଣୀ ଦିଆଯାଇନାହିଁ। ତେଣୁ ବିଭିନ୍ନ ଗାନ୍ଧୀ ଆଶ୍ରମରୁ କସ୍ତୁରବାଙ୍କ ବିଷୟରେ ସମସ୍ତ ବିବରଣୀ ସଂଗ୍ରହ କରି ଫିଲ୍ମଟି ନିର୍ମାଣ କରାଯାଇଛି। ସମସ୍ତ ବିବରଣୀ ସଂଗ୍ରହ କରି କାହାଣୀର ସ୍କ୍ରିପ୍ଟ୍ ଲେଖିବାକୁ ଲେଖକ ସକିଲ୍ ଖାନ୍‌ଙ୍କୁ ୭-୮ ବର୍ଷ ସମୟ ଲାଗିଥିଲା।

ଛୋଟ ଛୋଟ ଗାଁଗୁଡ଼ିକରେ ଏହାର ସମସ୍ତ ସୁଟିଂ କରାଯାଇଛି। ଏବେ ଯାଏଁ ଫିଲ୍ମ ରିଲିଜ୍ ତାରିଖ ସ୍ଥିର କରାଯାଇନାହିଁ।

Comment