ଓଡ଼ିଶାଲାଇଭ ବ୍ୟୁରୋ

ଲୋକଙ୍କୁ ଉନ୍ନତ ସେବା ଯୋଗାଇ ଦେବାକୁ ସରାକରଙ୍କ ନୂଆ ପ୍ରୟାସ। ଏଥିପାଇଁ ରାଜ୍ୟର ୫୮୭ ଥାନାକୁ ଟଙ୍କା ଦେବେ ରାଜ୍ୟ ସରକାର। ଏନେଇ ସମସ୍ତ ଥାନା ପାଇଁ ୧୭.୫ କୋଟି ଟଙ୍କା କଣ୍ଟିଜେନ୍ସି ଫଣ୍ଡ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

କଟକ-ଭୁବନେଶ୍ଵର କମିସନରେଟ ପୋଲିସର ୪୪ ଥାନାକୁ ମିଳିବ ମାସିକ ୪୦ ହଜାର ଟଙ୍କା। ସେହିପରି ସହରାଞ୍ଚଳର ୧୪୨ ଥାନାକୁ ମାସିକ ୩୦ ହଜାର ଟଙ୍କା ଓ ଗ୍ରାମାଞ୍ଚଳର ୩୫୧ଟି ଥାନାକୁ ୨୦ ହଜାର ଟଙ୍କା ଦିଆଯିବ।

ମହିଳା ଓ ଟ୍ରାଫିକ ଥାନାକୁ ୩୦ ହଜାର ଟଙ୍କା ଓ ସାମୁଦ୍ରିକ ଥାନାକୁ ୨୦ ହଜାର ଟଙ୍କା ପ୍ରତି ମାସରେ ଦିଆଯିବ। ସେଥିପାଇଁ ୧୭.୫ କୋଟି ଟଙ୍କାର କଣ୍ଟିଜେନ୍ସି ଫଣ୍ଡ୍‌ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ।

Comment