ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ଏମ୍ସରେ ଭର୍ତ୍ତି ହେଲେ ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ। ସୋମବାର ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି ଘଟିଥିବାରୁ ତାଙ୍କୁ ହସ୍ପିଟାଲ ଭର୍ତ୍ତି କରାଯାଇଛି। ବର୍ତ୍ତମାନ ପି.ଚିଦାମ୍ବରମ ଆଇଏନଏକ୍ସ ମିଡିଆ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ରିମାଣ୍ଡରେ ଅଛନ୍ତି।

ଚିଦାମ୍ବରମ ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଗଷ୍ଟ ୨୧ରେ ସିବିଆଇ ଦ୍ଵାରା ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ରହିଥିଲେ। ପରେ ଇଡି ତାଙ୍କୁ ଜେରା କରିବାକୁ ଆବେଦନ କରିଥିଲା।

ପରେ ଦିଲ୍ଲୀର ଏକ କୋର୍ଟ ତାଙ୍କୁ ଜେରା କରିବାକୁ ଇଡିକୁ ଅନୁମତି ପ୍ରଦାନ କରିଛନ୍ତି। ଇଡି ନିଜର ଆବେଦନରେ ଦର୍ଶାଇଥିଲା ଯେ ଆଇଏନଏକ୍ସ ମିଡିଆ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଚିଦାମ୍ବରମଙ୍କୁ ହେପାଜତରେ ନେଇ ଜେରା କରିବାର ଆବଶ୍ୟକତା ରହିଛି।

Comment