ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରିୟଙ୍କା ଚୋପ୍ରା ଆମେରିକାରେ ରହିବି ନିଜ ଦେଶର ସବୁ ପର୍ବ ପର୍ବାଣି ପାଳନ କରୁଛନ୍ତି। ସେହିପରି ପ୍ରିୟଙ୍କା ସ୍ୱାମୀ ନିକ୍‌ ଜୋନ୍ସଙ୍କ ସହିତ ଆମେରିକାରେ ଦୀପାବଳି ପାଳନ କରିଛନ୍ତି।

ବିବାହ କରିବା ପରେ ଏହା ପ୍ରିୟଙ୍କାଙ୍କ ପ୍ରଥମ ଦୀପାବଳି ଥିଲା। ଏହି ଅବସରରେ ପ୍ରିୟଙ୍କା ଶାଢ଼ୀ ପିନ୍ଧିଥିଲେ। ସେହିପରି ନିକ୍‌ ଧଳା ଶାର୍ଟରେ ନଜର ଆସିଥିଲେ। ଉଭୟ ବେଶ୍‌ ରୋମାଣ୍ଟିକ ଅନ୍ଦାଜରେ ଏହି ଫଟୋସୁଟ କରିଥିଲେ। ଇନଷ୍ଟାଗ୍ରାମରେ ଏହି ଫଟୋ ସେଆର କରି ପ୍ରିୟଙ୍କା ତାଙ୍କ ପ୍ରଶଂସକମାନଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଥିଲେ।

Comment