ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହିଳାଙ୍କୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରିଛନ୍ତି ଦିଲ୍ଲୀ ସରକାର। ମଙ୍ଗଳବାରଠାରୁ ଦିଲ୍ଲୀରେ ମହିଳାଙ୍କ ପାଇଁ ମାଗଣା ବସ୍‌ ସେବା ଯୋଗାଇ ଦେବେ କେଜ୍ରିଓ୍ୱାଲ ସରକାର। ଏଣିକି ଡିଟିସି ଓ କ୍ଲଷ୍ଟର ବସ୍‌ରେ ମାଗଣା ଯାତ୍ରା କରିପାରିବେ ମହିଳା। ଏନେଇ କେଜ୍ରିଓ୍ୱାଲ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି।

‘‘ ଦିଲ୍ଲୀରେ ମହିଳାଙ୍କ ସୁରକ୍ଷା, ସଶକ୍ତିକରଣ ଓ ଅର୍ଥବ୍ୟବସ୍ଥାରେ ମହିଳାଙ୍କ ଭାଗୀଦାରୀକୁ ବଢ଼ାଇବା ପାଇଁ ଏହା ଏକ ଐତିହାସିକ ପଦକ୍ଷେପ’’ ଟୁଇଟରେ ଲେଖିଛନ୍ତି କେଜ୍ରିଓ୍ୱାଲ।

ମହିଳାଙ୍କୁ ମାଗଣା ବସ୍‌ ସେବା ଯୋଗାଇ ଦେବା ନେଇ ଚଳିତ ବର୍ଷ ସ୍ୱାଧିନତା ଦିବସରେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ୱାଲ।

Comment