ଓଡ଼ିଶାଲାଇଭ୍ ବ୍ୟୁରୋ

ଦେଶର ବହୁ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି ଏବେ ଆତଙ୍କବାଦୀଙ୍କ ଟାର୍ଗେଟରେ। ଏନେଇ ମଙ୍ଗଳବାର ଜାତୀୟ ସୁରକ୍ଷା ଏଜେନ୍ସିକୁ ଏକ ଚିଠି ମିଳିଛି।

ଆତଙ୍କବାଦୀ ସଙ୍ଗଠନ ଅଲଇଣ୍ଡିଆ ଲସ୍କର-ଏ-ତୋଏବା ଦେଶର ବହୁ ଲୋକପ୍ରିୟ ବ୍ୟକ୍ତିଙ୍କ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛି। ଜାତୀୟ ସୁରକ୍ଷା ଏଜେନ୍ସିକୁ ଏହି ଲୋକମାନଙ୍କ ତାଲିକା ଥିବା ଏକ ଚିଠି ମିଳିଛି।

ଏହି ଚିଠିରେ ପ୍ରଧାନମନ୍ତ୍ରୀ ମୋଦୀ, ରାଷ୍ଟ୍ରପତି କୋବିନ୍ଦ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ନାଁ ସାମିଲ ଅଛି। ଏଥିସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ବିଜେପି କାର୍ଯ୍ୟକାରୀ ସଭାପତି ଜେପି ନଡ୍ଡା ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି ବୋଲି ଏହି ଚିଠିରେ ଉଲ୍ଲେଖ ଅଛି।

ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ଆରଏସଏସ୍ ମୁଖ୍ୟ ମୋହନ ଭାଗବତ, ଜମ୍ମୁକଶ୍ମୀରର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଏହି ଲିଷ୍ଟରେ ଅଛନ୍ତି। ଯାହାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିବା ପାଇଁ ଟାର୍ଗେଟ କରିଛନ୍ତି।

ତେବେ ପ୍ରଥମଥର ପାଇଁ ଜଣେ କ୍ରିକେଟର ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆତଙ୍କବାଦୀଙ୍କ ଏହି ଟାର୍ଗେଟ ଲିଷ୍ଟରେ ଅଛନ୍ତି ବୋଲି କୁହାଯାଇଛି।

ଏନଆଇଏକୁ ଏହି  ଚିଠି ମିଳିବା ପରେ ସରକାରଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି।

Comment