ଓଡ଼ିଶାଲାଇଭ୍ ବ୍ୟୁରୋ

ସମୁଦ୍ର କୂଳରେ ଅବସ୍ଥିତ ବଡ଼ ସହରଗୁଡ଼ିକ ପ୍ରତି ବିପଦ ରହିଛି ବୋଲି ଆଗରୁ କିଛି ରିପୋର୍ଟ ପ୍ରକାଶ ପାଇଥିଲା। ଏବେ କିନ୍ତୁ ଏକ ସଦ୍ୟତମ ରିପୋର୍ଟ ଅନୁସାରେ ୨୦୫୦ ମସିହା ବେଳକୁ ଏହି ବିପଦ ଆହୁରି ଘନୀଭୂତ ହେବ ବୋଲି କୁହାଯାଉଛି। ଏହି ରିପୋର୍ଟରେ କୁହାଯାଇଛି ଯେ ବିଶ୍ୱର ବହୁ ତଟୀୟ ସହର ସମୁଦ୍ରରେ ଲୀନ ହୋଇଯିବେ। ଏ ସବୁ ସହର ମଧ୍ୟରେ ଭାରତର ବ୍ୟବସାୟ ରାଜଧାନୀ କୁହାଯାଉଥିବା ମୁମ୍ବାଇ ରହିଛି।

ନ୍ୟୁୟର୍କ ଟାଇମ୍‌ସରେ ପ୍ରକାଶିତ ଏହି ରିପୋର୍ଟରେ କୁହାଯାଇଛି ଯେ ଯେଉଁମାନେ ଏହି ଭବିଷ୍ୟବାଣୀ କରିଛନ୍ତି ତାହା କୌଣସି ଅନୁମାନକୁ ଭିତ୍ତି କରି ନୁହେଁ, ବରଂ ଉପଗ୍ରହ ଚିତ୍ରକୁ ନେଇ ଏହି ଅଧ୍ୟୟନ କରାଯାଇଛି। ରିପୋର୍ଟ ମୁତାବକ ଏ ପର୍ଯ୍ୟନ୍ତ ଯେତିକି  ଆଶଙ୍କା କରାଯାଉଥିଲା ତାହା ଏବେ ତିନିଗୁଣ ବୃଦ୍ଧି ପାଇଛି। ବିଶ୍ୱର ବିଭିନ୍ନ ସମୁଦ୍ର କୂଳରେ ଥିବା ସହରର ପ୍ରାୟ ୧୫ କୋଟି ଲୋକ ଏହାଦ୍ୱାରା ପ୍ରଭାବିତ ହେବେ।

ଏହି ବିପଦ ସଙ୍କେତ ସହର ତାଲିକାରେ ସବୁଠାରୁ ଉପରେ ରହିଛି ଦକ୍ଷିଣ ଭିଏତନାମ। ଏହି ରିପୋର୍ଟ ଯଦି ସତ ହୁଏ ୨୦୫୦ ସୁଦ୍ଧା ମୁମ୍ବାଇ ଦେଶର ମାନଚିତ୍ରରୁ ହଜି ଯାଇଥିବ।

Comment