ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଗୁରୁବାର ଶପଥ ନେବେ ଓଡିଆ ପୁଅ ଗିରୀଶ ଚନ୍ଦ୍ର ମୁର୍ମୁ। ଶପଥ ପାଠ ପାଇଁ ମୁର୍ମୁ ଶ୍ରୀନଗରରେ ପହଞ୍ଚିଛନ୍ତି। ଅକ୍ଟୋବାର ୨୫ ତାରିଖରେ ଜମ୍ମୁ କଶ୍ମୀରର ଉପରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଥିଲା ।

ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ନିଯୁକ୍ତ ଗିରୀଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ବେତନଟୀର ମୂଳବାସିନ୍ଦା। ସେ ୧୯୮୫ ବ୍ୟାଚର ଗୁଜରାତ କ୍ୟାଡରର ଆଇଏଏସ ଅଫିସର। ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ବିଭାଗର ବ୍ୟୟ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଗୁଜରାତର ପ୍ରମୁଖ ସଚିବ ଥିଲେ।

Comment