ଓଡିଶାଲାଇଭ୍ ବ୍ୟୁରୋ

ଓଡ଼ିଆ ପୁଅ ଗିରିଶ ଚନ୍ଦ୍ର ମୁର୍ମୁ ଗୁରୁବାର ଜମ୍ମୁ କଶ୍ମୀରର ପ୍ରଥମ ଉପରାଜ୍ୟପାଳ ଭାବେ ଶପଥ ନେଇଛନ୍ତି। ବିଧିବଦ୍ଧ ଭାବେ ଶପଥ ନେଇ ମୁର୍ମୁ ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି।

ଜମ୍ମୁକଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଗୀତା ମିତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି।

ଜାମ୍ମୁ-କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ହୋଇଥିବା ଗିରିଶ ଚନ୍ଦ୍ର ମୁର୍ମୁ ହେଉଛନ୍ତି ମୟୂରଭଞ୍ଜ ବେତନଟୀର ମୂଳବାସିନ୍ଦା। ସେ ୧୯୮୫ ବ୍ୟାଚର ଗୁଜରାଟ କ୍ୟାଡରର ଆଇଏଏସ ଅଫିସର। ଉପରାଜ୍ୟପାଳ ନିଯୁକ୍ତ ହେବା ପୂର୍ବରୁ ସେ ଅର୍ଥ ବିଭାଗର ବ୍ୟୟ ସଚିବ ଥିଲେ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ମୁଖ୍ୟମନ୍ତ୍ରୀ ସମୟରେ ସେ ଗୁଜରାଟର ପ୍ରମୁଖ ସଚିବ ଥିଲେ।

Comment