ଓଡ଼ିଶାଲାଇଭ୍ ବ୍ୟୁରୋ

ଅକ୍ଟୋବର ୩୧ ତାରିଖରୁ ଜମ୍ମୁ କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହୋଇଛି। ଏହାସହ ଭାରତରେ ରାଜ୍ୟମାନଙ୍କର ସଂଖ୍ୟା ୨୮କୁ କମିଆସିବା ସହ କେନ୍ଦ୍ରଶାସିତ ଅଞ୍ଚଳର ସଂଖ୍ୟା ୯କୁ ବୃଦ୍ଧି ପାଇଛି।

ଏବେ ଇଣ୍ଟରନେଟରେ ଭାରତର ନୂଆ ମ୍ୟାପ୍ ଦେଖିବାକୁ ମିଳୁଛି। ଯେଉଁଥିରେ ଜମ୍ମୁ କଶ୍ମୀର ବିଭାଜିତ ହୋଇ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହୋଇଥିବା ଦେଖିବାକୁ ମିଳୁଛି।

ଏହା ପୂର୍ବରୁ ଭାରତରେ ୨୯ଟି ରାଜ୍ୟ ଓ ୭ଟି କେନ୍ଦ୍ରଶାସିତ ଅଞ୍ଚଳ ରହିଥିଲା। କିନ୍ତୁ ଜମ୍ମୁ କଶ୍ମୀର ବିଭାଜିତ ହୋଇ ଜମ୍ମୁ କଶ୍ମୀର ଓ ଲଦାଖ ନାମକ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ ହେବା ପରେ, ବର୍ତ୍ତମାନ ଭାରତରେ ରାଜ୍ୟ ସଂଖ୍ୟା ୨୮କୁ ହ୍ରାସ ପାଇଛି। ସେହିଭଳି ପୂର୍ବରୁ ଥିବା ୭ଟି କେନ୍ଦ୍ରଶାସିତ ଅଞ୍ଚଳ ବୃଦ୍ଧି ପାଇ ଏବେ ୯ରେ ପହଞ୍ଚିଛି।

Comment