ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟେଲିକମ୍‌ କମ୍ପାନି ଭୋଡାଫୋନ୍‌-ଆଇଡିଆ ଗ୍ରାହକମାନଙ୍କ ପାଇଁ ପୁଣିଥରେ ଆଣଦେଇଛି ପ୍ରିପେଡ୍‌ ଫୁଲ୍ ଟକ୍‌ଟାଇମ୍‌ ପ୍ଲାନ୍‌, ଯାହା ୨୦ ଟଙ୍କାରୁ ଆରମ୍ଭ ହେଉଛି। ଏଣିକି ଗ୍ରାହକମାନେ ୨୦ ଟଙ୍କା ରିଚାର୍ଜ କରି ୨୦ ଟଙ୍କାର ଫୁଲ୍‌ ଟକ୍‌ଟାଇମ୍‌ ସହିତ ପାଇପାରିବେ। ଏହାର ବୈଧତା ୨୮ ଦିନ ପାଇଁ ରହିଥିବା ବେଳେ ଏହି ପ୍ଲାନ୍‌ରେ କୌଣସି ଡାଟା କିମ୍ବା ଏସ୍‌ଏମ୍‌ଏସ୍‌ ସୁବିଧା ମିଳିବ ନାହିଁ।

ସେହିପରି ୩୦ଟଙ୍କା ଏବଂ  ୫୦ଟଙ୍କା ରିଚାର୍ଜ ଭାଉଚର୍‌ରେ ମଧ୍ୟ ଫୁଲ୍‌ ଟକ୍‌ଟାଇମ୍‌ ସୁବିଧା ମିଳିବ। ୫୦ ଟଙ୍କା ପ୍ଲାନ୍‌ରେ ୨୦ ଟଙ୍କା ପ୍ଲାନ୍‌ ଭଳି ୨୮ ଦିନର ବୈଧତା ରହିବ।

ପୂର୍ବରୁ ଟ୍ରାଇର ନିର୍ଦ୍ଦେଶ କ୍ରମେ, ଭୋଡାଫୋନ ଗ୍ରାହକଙ୍କୁ ନିଜ ସିମ୍‌ ଚାଲୁରଖିବା ପାଇଁ ମାସିକ ୩୫ ଟଙ୍କା ରିଚାର୍ଜ କରିବାକୁ ପଡୁଥିଲା। ହେଲେ ବର୍ତ୍ତମାନ ୨୦ ଟଙ୍କା ଫୁଲ ଟକ୍‌ଟାଇମ୍ ପ୍ଲାନ୍‌ ରିଚାର୍ଜ କଲେ ଆଉ ୩୫ ଟଙ୍କା ରିଚାର୍ଜ କରିବାକୁ ପଡ଼ିବ ନାହିଁ। କମ୍ପାନ ଏହି ପ୍ଲାନ୍‌ରେ ଫୁଲ୍ ଟକ୍‌ଟାଇମ୍‌ ସହ ଆକାଉଣ୍ଟ ସର୍ଭିସ୍‌ ଭାଲିଡିଟି ମଧ୍ୟ ଯୋଡ଼ିଛି।

ଅନ୍ୟପକ୍ଷରେ ଗ୍ରାହକମାନଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଭୋଡାଫୋନ୍‌ କିଛି ସପ୍ତାହ ତଳେ ୪୫ ଏବଂ ୯୫ ଟଙ୍କାର ଦୁଇଟି ଅଲ୍‌ରାଉଣ୍ଡର ପ୍ଲାନ୍‌ ଆଣିଥିଲା। ଏଥିରେ ଫୁଲ୍‌ ଟକ୍‌ଟାଇମ୍‌ ସୁବିଧା ସହିତ କଲ୍‌ କଲେ ସେକେଣ୍ଡ୍‌ ପିଛା ୧ ପଇସା ଦର କଟିବ। ଏବେ ଗ୍ରାହକଙ୍କ ପାଇଁ କମ୍ପାନି ପୁଣିଥରେ ୨୦ ଟଙ୍କିଆ ଫୁଲ୍‌ ଟକ୍‌ଟାଇମ୍‌ ପ୍ଲାନ୍‌ ଆଣିଛି।

Comment