ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡର ଅପକମିଙ୍ଗ୍ ଫିଲ୍ମ ‘ପାନିପଥ’ର ପୋଷ୍ଟର ରିଲିଜ ହୋଇଛି। ତୃତୀୟ ପାନିପଥ ଯୁଦ୍ଧର କାହାଣୀକୁ ନେଇ ଏହି ଫିଲ୍ମଟି ନିର୍ମାଣ କରାଯାଇଛି।

ସଞ୍ଜୟ ଦତ୍ତ, ଅର୍ଜୁନ କପୁର ଓ କିର୍ତ୍ତି ସନନଙ୍କ ଅଭିନୀତ ଏହି ଫିଲ୍ମଟି ଏକ ଐତିହାସିକ କାହାଣୀକୁ ନେଇ ନିର୍ମିତ ହୋଇଛି। ଫିଲ୍ମଟି ଆସନ୍ତା ଡିସେମ୍ବର ୬ ରେ ରିଲିଜ ହେବାକୁ ଯାଉଛି। ୧୭୬୧ ମସିହାରେ ମରାଠୀ ଶାସକ ସଦାଶିବ ରାଓ ଓ ଆଫଗାନି ଶାସକ ଅହମ୍ମଦ ଶାହ ଦୁରାନୀଙ୍କ ଭିତରେ ହେଇଥିବା ଯୁଦ୍ଧ ଏହି ଫିଲ୍ମରେ ଦର୍ଶକ ଦେଖିବାକୁ ପାଇବେ।

ଇତିହାସରେ ଏହି ଯୁଦ୍ଧକୁ ତୃତୀୟ ପାନିପଥ ଯୁଦ୍ଧ କୁହାଯାଏ। ବର୍ତ୍ତମାନର ହରିୟାଣାର ପାନିପଥ ନାମକ ସ୍ଥାନରେ ଏହି ଯୁଦ୍ଧ ହେଇଥିବାରୁ ଏହି ଯୁଦ୍ଧର ଏପରି ନାମ ରଖାଯାଇଛି। ଫିଲ୍ମ ‘ପାନିପଥ’ରେ ଦର୍ଶକ ଭରପୂର ଆକ୍ସନ ସାଙ୍ଗକୁ ଦମଦାର ଅଭିନୟ ଦେଖିବାକୁ ପାଇବେ ବୋଲି ନିର୍ଦ୍ଦେଶକ ଆଶୁତୋଷ ଗୱାରିକର ସୂଚନା ଦେଇଛନ୍ତି।

ଏହି ଫିଲ୍ମରେ ମରାଠୀ ଶାସକ ସଦାଶିବ ରାଓଙ୍କ ଚରିତ୍ରରେ ଅର୍ଜୁନ କପୁର ରହିଛନ୍ତି। ସେହିଭଳି ଆଫଗାନି ଶାସକ ଅହମ୍ମଦ ଶାହ ଦୁରାନୀ ଚରିତ୍ରରେ ଦର୍ଶକ ସଞ୍ଜୟ ଦତ୍ତଙ୍କୁ ଦେଖିବାକୁ ପାଇବେ।

Comment