ଓଡ଼ିଶଲାଇଭ୍‌ ବ୍ୟୁରୋ

ଷାଣ୍ମାସିକ ପରୀକ୍ଷା ପ୍ରଥମ ଦିନରେ ପ୍ରଶ୍ନପତ୍ର ବିଭ୍ରାଟ ହୋଇଥିବା ଅଭିଯୋଗ। ଏନେଇ ତ୍ରୁଟି ଥିବା ମାନିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ସାରା ରାଜ୍ୟରେ ଆଜି ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହୋଇଛି। ତେବେ ପ୍ରଥମ ଦିନରେ ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଥିଲା। ଏନେଇ ତ୍ରୁଟି ଥିବା ମାନିଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ।

ପ୍ରଥମ ଥର ପାଇଁ ଓଡ଼ିଶା ସାରା ଏକକାଳୀନ ଷାଣ୍ମାସିକ ପରୀକ୍ଷା ହେଉଛି। ଏଥିପାଇଁ ସମସ୍ୟା ହୋଇଛି। ଆର ବର୍ଷକୁ ତ୍ରୁଟିରେ ସୁଧାର ଆସିବ ବୋଲି ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି।

ଆଜି ସକାଳେ ବିଭିନ୍ନ କେନ୍ଦ୍ରରେ ପରୀକ୍ଷା ସମୟରେ କେଉଁଠି ପ୍ରଶ୍ନପତ୍ର ନିଅଣ୍ଟ ହେଉଥିବା ବେଳେ କେଉଁଠି ତଳ ଶ୍ରେଣୀ ପିଲାଙ୍କୁ ଉପର ଶ୍ରେଣୀ ପ୍ରଶ୍ନପତ୍ର ଦିଆଯିବା ଘଟଣା ଦେଖାଯାଇଥିଲା।  ପିପିଲି ଦାଣ୍ଡମୁକୁନ୍ଦପୁର ହାଇସ୍କୁଲ ଓ ପୀତବାସ ୟୁଜିଏମଇ ସ୍କୁଲରେ ଏଭଳି ବିଭ୍ରାଟ ଦେଖାଯାଇଥିଲା।

Comment