ଓଡ଼ିଶାଲାଇଭ ବ୍ୟୁରୋ

ପ୍ରଦୂଷଣରେ ଅଣନିଶ୍ଵାସୀ ଦିଲ୍ଲୀବାସୀ। ଏନେଇ ଦିଲ୍ଲୀରେ ଜାରି ହେଲା ହେଲ୍‌ଥ ଏମରଜେନ୍ସି (ସ୍ଵାସ୍ଥ୍ୟଜନିତ ଜରୁରୀ ପରିସ୍ଥିତି)। ଶୁକ୍ରବାର ସୁପ୍ରିମ୍‌କୋର୍ଟର ଏକ ଖଣ୍ଡପୀଠ ଏଭଳି ନିଷ୍ପତ୍ତି ନେଇଛନ୍ତି। ୫ ନଭେମ୍ଵର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଓ ବାଣ ଫୁଟାଇବା ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଯିବା ସହ ସମସ୍ତ ସ୍କୁଲ ବନ୍ଦ ରହିବ ବୋଲି ଘୋଷଣା କରାଯାଇଛି।

ଗୁରୁବାର ରାତିରେ ଦିଲ୍ଲୀ ଏନସିଆରରେ ବାୟୁର ଅତି ଖରାପ ପରିସ୍ଥିତିରେ ପହଞ୍ଚିଛି। ଫଳରେ ଏଠାରେ ନିଶ୍ଵାସ ନେବା ଲୋକମାନଙ୍କ ପାଇଁ କଷ୍ଟ ହୋଇଯାଇଛି। ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜଧାନୀରେ ସ୍ଵାସ୍ଥ୍ୟଜନିତ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି।

ଇପିସିଏ ଅଧ୍ୟକ୍ଷ ମୁରେ ଲାଲ ଏନେଇ ଦିଲ୍ଲୀ, ଉତ୍ତରପ୍ରଦେଶ ଓ ହରିୟାଣାର ମୁଖ୍ୟ ସଚିବଙ୍କୁ ଚିଠି ଲେଖିଛନ୍ତି। ଚିଠିରେ ଉଲ୍ଲେଖ ଅଛି ଯେ, ଗୁରୁବାର ରାତିରୁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗମ୍ଭୀର ପରିସ୍ଥତିରେ ପହଞ୍ଚିଛି। ଏହା ଛୋଟ ପିଲାଙ୍କ ସ୍ଵାସ୍ଥ୍ୟ ପ୍ରତି ଅଧିକ କ୍ଷତିକାରକ।

ଏହାସହ ବାୟୁପ୍ରଦୂଷଣ ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ଶୁକ୍ରବାର ସ୍କୁଲ ପିଲାମାନଙ୍କୁ ମାସ୍କ ବଣ୍ଟନ କରିଛନ୍ତି।

Comment