ଓଡ଼ିଶାଲାଇଭ ବ୍ୟୁରୋ

କର୍ତ୍ତାରପୁର କରିଡର ଉଦଘାଟନ ଉତ୍ସବରେ ଯୋଗ ଦେବାକୁ ପାକିସ୍ତାନ ଯିବେ ସିଦ୍ଧୁ। ବୈଦେଶିକ ମନ୍ତ୍ରାଳୟକୁ ମାଗିଲେ ଅନୁମତି।

ନଭେମ୍ଵର ୯ରେ ଉଦଘାଟନ ହେବ ପାକିସ୍ତାନର କର୍ତ୍ତାରପୁର କରିଡର। ପାକିସ୍ତାନ ସରକାର ଏନେଇ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ନିମନ୍ତ୍ରଣ କରିଥିଲା। ନିମନ୍ତ୍ରଣ ପରେ ଏବେ ପାକିସ୍ତାନ ଯିବାକୁ ଇଚ୍ଛୁକ ଅଛନ୍ତି ସିଦ୍ଧୁ। ଏନେଇ ସେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଓ ପଞ୍ଜାବ ସରକାରଙ୍କୁ ଚିଠି ଲେଖି ଅନୁମତି ମାଗିଛନ୍ତି।

କର୍ତ୍ତାରପୁର କରିଡର ଉଦଘାଟନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍‌ କଂଗ୍ରେସ ନେତା ନବଜ୍ୟୋତ ସିଂହ ସିଦ୍ଧୁଙ୍କୁ ସ୍ଵତନ୍ତ୍ର ନିମନ୍ତ୍ରଣ କରିଥିଲେ। ତେବେ ଏହି ଗସ୍ତ ଉପରେ ତାଙ୍କୁ ରଜନୈତିକ ମଞ୍ଜୁରୀ ନେବାକୁ ପଡ଼ିବା ବୋଲି ବୈଦେଶିକ ମନ୍ତ୍ରଣାଳୟ କହିଥିଲା।

ସିଦ୍ଧୁଙ୍କୁ ଆସନ୍ତା ୪/୫ ଦିନ ଭିତରେ ପାକିସ୍ତାନ ଯିବାକୁ ମଞ୍ଜୁରୀ ନେବାକୁ ପଡ଼ିବ। ପୂର୍ବରୁ କେନ୍ଦ୍ର ସରକାର ପାକିସ୍ତାନ ଯିବା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହଙ୍କ ସମେତ ୫୭୫ ଜଣଙ୍କ ଲିଷ୍ଟ ଜାରି କରିଥିଲା।

ପୂର୍ବରୁ ମଧ୍ୟ ନବଜ୍ୟୋତ ସିଂହ ସିଦ୍ଧୁ ଇମ୍ରାନ ଖାନ୍‌ଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ପାକିସ୍ତାନ ଯାଇଥିଲେ। ତାଙ୍କର ଏହି ଗସ୍ତକୁ ନେଇ ଅନେକ ବିବାଦ ମଧ୍ୟ ହୋଇଥିଲା।

Comment