ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣର ମାତ୍ର ଏତେ ବଢ଼ି ଯାଇଛି ଯେ ଦିଲ୍ଲୀ ଏବେ ଗ୍ୟାସ ଚ୍ୟାମ୍ବରରେ ପରିଣତ ହୋଇଛି। ଦିଲ୍ଲୀରେ ପ୍ରଦୂଷଣ ଭୟାନକ ସ୍ତରରେ ପହଞ୍ଚିଥିବାରୁ ସରକାର ଜନସ୍ୱାସ୍ଥ୍ୟ ଜନିତ ଜରୁରୀ ପରିସ୍ଥିତି ଘୋଷଣା କରିଛନ୍ତି। ଆସନ୍ତା ୫ ତାରିଖ ଯାଏଁ ଦିଲ୍ଲୀର ସମସ୍ତ ଶିକ୍ଷାନୁଷ୍ଠାନ ଛୁଟି ଘୋଷଣା ହୋଇଛି।

ସେହିପରି ଦିଲ୍ଲୀରେ ସମସ୍ତ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିର୍ଦ୍ଦେଶ ଦେଇଛି।

ଦୀପାବଳିରେ ବାଣ ଫୁଟାଇବା ସାଙ୍ଗକୁ ପଞ୍ଜାବ ଏବଂ ହରିୟାଣାରେ ନଡ଼ା ଜଳାଯାଇଥିବାରୁ ଗତ ୪ ଦିନ ହେବ ଦିଲ୍ଲୀରେ ପରିସ୍ଥିତି ସଙ୍ଗୀନ ହୋଇଛି।

Comment