ଓଡ଼ିଶାଲାଇଭ ବ୍ୟୁରୋ

ରାଜ୍ୟରୁ ମାଓବାଦୀଙ୍କୁ ଦମନ କରିବାକୁ ପ୍ରସ୍ତୁତ ହେଉଛି ପୋଲିସ ପ୍ରଶାସନ। ଏନେଇ ଆଗକୁ ଜୋରଦାର ହେବ ମାଓ ଦମନ ଅପରେସନ। ମାଲକାନଗିରି ସ୍ଵାଭିମାନ ଅଞ୍ଚଳକୁ ନକ୍ସଲ ମୁକ୍ତ ଅଞ୍ଚଳ କରାଯିବ ବୋଲି ରାଜ୍ୟ ପୋଲିସ ଡିଜି ବିଜୟ କୁମାର ଶର୍ମା ସୂଚନା ଦେଇଛନ୍ତି।

ସିଆରଏଫ, ବିଏସ୍‌ଏଫ୍‌, ଏସଓଜି ଓ ଓଡ଼ିଶା ପୋଲିସଙ୍କୁ ନେଇ ଏହି ଅପରେସନ କରାଯିବ। ଏହାସହ ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କୁ ଖୁବ୍‌ଶୀଘ୍ର ଥଇଥାନ କରାଯିବ। ସ୍ଵାଭିମାନ ଅଞ୍ଚଳରେ ମୋ ସରକାର ଯୋଜନାକୁ ମଧ୍ୟ ଗୁରୁତ୍ଵ ଦିଆଯିବ ବୋଲି ମାଲକାନଗିରି ସମୀକ୍ଷା ବୈଠକ ପରେ କହିଛନ୍ତି ପୋଲିସ ଡିଜି।

ଶନିବାର ଦୁଇ ଦିନିଆ କୋରାପୁଟ ଗସ୍ତରେ ଯାଇଛନ୍ତି ପୋଲିସ ଡିଜି ବିଜୟ କୁମାର ଶର୍ମା। ମାଓ ପ୍ରଭାବିତ ଅଞ୍ଚଳ କୋରାପୁଟ  ଓ ମାଲକାନଗିରିରେ ଜିଲ୍ଲାରେ ଆଇନ ଶୃଙ୍ଖଳା କିପରି କାର୍ଯ୍ୟକାରୀ ହେଉଛି ସେନେଇ ବିଜୟ କୁମାର ଶର୍ମା ସ୍ଥିତି ସମୀକ୍ଷା କରିଛନ୍ତି।

Comment