ଓଡ଼ିଶାଲାଇଭ ବ୍ୟୁରୋ

Samir Dash

ଏକକ ଷାଣ୍ମାସିକ ପରୀକ୍ଷାରେ ତ୍ରୁଟି ନେଇ ସମୀକ୍ଷା କଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ସମୀକ୍ଷା ପରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମନ୍ତ୍ରୀ। ଏନେଇ ଗଣଶିକ୍ଷା ବିଭାଗର କମିସନରଙ୍କୁ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଚଳିତ ବର୍ଷ ପ୍ରଥମ ଥର ପାଇଁ ସାରା ରାଜ୍ୟର ଏକକ ଷାଣ୍ମାସିକ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ହେଲେ ପରୀକ୍ଷାର ପ୍ରଥମ ଦିନରେ ହିଁ ତ୍ରୁଟି ଦେଖିବାକୁ ମିଳିଥିଲା। ବିଭିନ୍ନ କେନ୍ଦ୍ରରେ ପ୍ରଶ୍ନପତ୍ର ନିଅଣ୍ଟ ପଡ଼ିଥିବା ବେଳେ ଅନ୍ୟ କେଉଁଠି ତଳ ଶ୍ରେଣୀ ପିଲାଙ୍କୁ ଉପର ଶ୍ରେଣୀଙ୍କ ପ୍ରଶ୍ନ ପତ୍ର ଦିଆଯାଇଥିଲା।

ଏହାର ଅଭିଯୋଗ ପରେ ପ୍ରଶ୍ନପତ୍ରରେ ତ୍ରୁଟି ଥିବା ନେଇ ମନ୍ତ୍ରୀ ମାନିଛନ୍ତି। ପ୍ରଥମ ଥର ପାଇଁ ଏକକ ଷାଣ୍ମାସିକ ପରୀକ୍ଷା ହେଉଥିବାରୁ ଏପରି ତ୍ରୁଟି ହୋଇଥିବା ମନ୍ତ୍ରୀ କହିଥିଲେ।

Comment