ଓଡ଼ିଶାଲାଇଭ ବ୍ୟୁରୋ

ଅଫିସ୍‌ରେ କାର୍ଯ୍ୟ କରୁଥିବା ଜଣେ ମହିଳା ତହସିଲଦାରଙ୍କୁ ଜିଅନ୍ତା ଜାଳିଦେଇଛନ୍ତି ଜଣେ ଯୁବକ। ତହସିଲଦାରଙ୍କ ନାଁ ବିଜୟା ରେଡ୍ଡୀ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ତେଲେଙ୍ଗାନା ରଙ୍ଗାରେଡ୍ଡୀ ଜିଲ୍ଲା ଅବଦୁଲ୍ଲାପୁରମେଟ୍‌ ତହସିଲଦାର ଅଫିସ୍‌ରେ।

ଅଫିସ୍‌ରେ ତହସିଲଦାର ବିଜୟା କାମ କରୁଥିବା ବେଳେ ଜଣେ ଯୁବକଙ୍କ ସହ ତାଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଯୁବକ ଜଣକ କିରୋସିନ ଢାଳି ତହସିଲଦାରଙ୍କୁ ନିଆଁ ଲଗାଇଦେଇଥିଲେ। ପରେ ବାହାରକୁ ଆସି ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ଯୁବକ ଜଣକ।

ତହସିଲଦାରଙ୍କୁ ବଞ୍ଚାବାକୁ ଯାଇ ଅନ୍ୟ ଦୁଇଜଣ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଘଟଣା ପରେ ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେଠାରେ ଡାକ୍ତର ତହସିଲଦାରଙ୍କୁ ମୃତ ଘୋଷଣା କରିଛନ୍ତି।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।

Comment