ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାର ୭ଟି ସହର ଏବେ ପ୍ରଦୂଷଣ କବଳରେ ରହିଛି। ଅନେକ ନଦୀ ଅବବାହିକ ମଧ୍ୟ ବର୍ତ୍ତମାନ ପ୍ରଦୂଷିତ। ମଙ୍ଗଳବାର ଏନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଚିବ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।

ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର ଓ ବାଲେଶ୍ୱର ଭଳି ସହର ପ୍ରଦୂଷଣ କବଳରେ ରହିଛି। ଏହାସହ ରାଉରକେଲା ଓ କଳିଙ୍ଗନଗର ସହର ମଧ୍ୟ ଓଡ଼ିଶାର ପ୍ରଦୂଷିତ ସହର ବୋଲି ସୂଚନା ମିଳିଛି।

ଓଡ଼ିଶାର ୯ଟି ନଦୀ ଅବବାହିକା ମଧ୍ୟ ପ୍ରଦୂଷଣ କବଳରେ ରହିଛି ବୋଲି ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି। ଓଡ଼ିଶାର ଗଙ୍ଗୁଆ ନାଳ ସର୍ବାଧିକ ପ୍ରଦୂଷିତ ନାଳ।

ପ୍ରଦୂଷଣ ରୋକିବାକୁ ସବୁ ପୌରାଞ୍ଚଳରେ ସଚେତନତା ରଥ ବୁଲାଇବାକୁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ବିଧାନସଭାର ଷ୍ଟାଣ୍ଡିଂ କମିଟିର ବୈଠକ ପରେ ବାଚସ୍ପତି ଏହି ନିର୍ଦ୍ଦେଶ ଦେଇଛନ୍ତି।

Comment