ଓଡ଼ିଶାଲାଇଭ୍ ବ୍ୟୁରୋ

ଅବପାତର ରୂପ ନେଲା ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ। ଏହା ଆଗାମୀ ୧୨ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ। ଏହି ଅବପାତ ଏବେ ପାରାଦୀପ ଉପକୂଳରୁ ୯୫୦ କିଲୋମିଟର ଦୂରରେ ରହିଛି। ଏହା କ୍ରମଶଃ  ଉତ୍ତର ଓଡ଼ିଶା, ପଶ୍ଚିମ ବଙ୍ଗ, ବଂଲାଦେଶ ଆଡ଼କୁ ମୁହାଁଉଛି।

ଉତ୍ତର ପଶ୍ଚିମ ଦିଗରେ ଗତି କରି ଆସନ୍ତାକାଲି ଏହା ବାତ୍ୟାର ରୂପ ନେଇପାରେ। ଏହା ପ୍ରଭାବରେ ନଭେମ୍ବର ୯ ତାରିଖରେ ଓଡ଼ିଶା ଉପକୂଳରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଏହା ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ।

ଉତ୍ତର ଓଡ଼ିଶା ଉପକୂଳରେ ବିଶେଷ ଭାବେ ବର୍ଷା ହେବାର ଅନୁମାନ କରାଯାଉଛି।

Comment