ଓଡ଼ିଶାଲାଇଭ୍‌ ବ୍ୟୁରୋ 

ଆସନ୍ତାକାଲି ଭାରତରେ Redmi Note 8 Pro ସ୍ମାର୍ଟଫୋନର ଫ୍ଲାସ୍‌ ସେଲ୍‌ ରହିଛି। ଦିନ ୧୨ଟାରେ ଏହାର ଫ୍ଲାସ୍‌ ସେଲ୍‌ ଆରମ୍ଭ ହେବ। ଗ୍ରାହକ ଏହି ସମୟରେ ଇ-କମର୍ସ ସାଇଟ୍‌ ଆମାଜନ ଇଣ୍ଡିଆ ଏବଂ ସାଓମି ଅଫିସିଆଲ ୱେବସାଇଟ୍‌ରୁ ଏହି ସ୍ମାର୍ଟଫୋନକୁ କିଣି ପାରିବେ।

ଗତ ଅକ୍ଟୋବର ୧୬ ତାରିଖରେ ଭାରତରେ ରେଡ୍‌ମି ନୋଟ୍‌ ୮ ପ୍ରୋ ଲଞ୍ଚ୍‌ ହୋଇଥିଲା। ରେଡ୍‌ମି ନୋଟ୍‌ ୮ ପ୍ରୋ ସ୍ମାର୍ଟଫୋନ୍‌ର ୩ଟି ଭାରିଏଣ୍ଟ ରହିଛି। 6GB/64GBର ମୂଲ୍ୟ ୧୪,୯୯୯ ଟଙ୍କା, 6GB/128GBର ମୂଲ୍ୟ ୧୫,୯୯୯ଟଙ୍କା ଏବଂ 8GB/128GBର ମୂଲ୍ୟ ୧୭,୯୯୯ଟଙ୍କା ରହିଛି। ଗ୍ରାହକ ଏହାକୁ ସବୁଜ, ଧଳା ଏବଂ କଳା ରଙ୍ଗର ତିନୋଟି କଲର ଭାରିଏଣ୍ଟରେ କିଣି ପାରିବେ।

Redmi Note 8 Pro ସ୍ପେସିଫିକେସନ

  • ୪୫୦୦ ଏମ୍‌ଏଏଚ୍‌ ବ୍ୟାଟେରୀ
  • ୧୮ ୱାଟ୍ ଫାଷ୍ଟ ଚାର୍ଜିଂ ସପୋର୍ଟ
  • ଗେମିଂ ପାଇଁ MediaTek G90t ଚିପ୍‌ ସେଟ୍‌
  • ୪ଟି ରିୟର କ୍ୟାମେରା (ପ୍ରାଇମେରୀ ୬୪ ମେଗାପିକ୍ସେଲ)
  • ସେଲ୍‌ଫି ପାଇଁ ୨୦ ମେଗାପିକ୍ସେଲ ଫ୍ରଣ୍ଟ୍‌ କ୍ୟାମେରା

Comment