ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆଜି ୩୧ ବର୍ଷ ବୟସରେ ପାଦ ଦେଇଛନ୍ତି। ପତ୍ନୀ ଅନୁଷ୍କାଙ୍କ ସହ ସେ ଭୂଟାନରେ ନିଜର ଜନ୍ମଦିନ ପାଳୁଛନ୍ତି।
ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ଅନୁଷ୍କା ଓ ବିରାଟ ବିବାହ ସମୟର ଏକ ରୋଚକ କଥା ବିଷୟରେ….
କ୍ରିକେଟର ବିରାଟ କୋହଲି ଏବଂ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବିବାହ ସମୟରେ ଅନୁଷ୍କାଙ୍କ ଡାଏମଣ୍ଡ ମୁଦିକୁ ନେଇ ଚର୍ଚ୍ଚା ବଢ଼ିଥିଲା।
ଅନୁଷ୍କା ତାଙ୍କ ବାମ ହାତର ମଝି ଆଙ୍ଗୁଠିରେ ଏକ ମୁଦି ପିନ୍ଧିଥିବା ଦେଖିବାକୁ ମଳିଥିଲା। ବିରାଟ ଏହି ମୁଦି ବାହାଘରର ଦୁଇଦିନ ପୂର୍ବରୁ ଅନୁଷ୍କାଙ୍କୁ ଉପହାର ଦେଇଥିଲେ। ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ଅନୁଷ୍କା ପିନ୍ଧିଥିବା ମୁଦିର ଦାମ୍ ଥିଲା ୧ କୋଟି ଟଙ୍କା। ଖାସ୍ ବାହାଘରରେ ଉପହାର ଦେବା ପାଇଁ ବିରାଟ ଏହି ମୁଦିକୁ କିଣିଥିଲେ।
ମିଡିଆ ରିପୋର୍ଟ ଅନୁସାରେ ମୁଦି ଖୋଜିବା ପାଇଁ ବିରାଟଙ୍କୁ ୩ ମାସ ସମୟ ଲାଗିଥିଲା। ମୋଦିର ଡିଜାଇନ୍ କିପରି ହେବ ତାକୁ ନେଇ ବିରାଟ ଚିନ୍ତାରେ ପଡ଼ିଥିଲେ। ଶେଷରେ ଅଷ୍ଟ୍ରିୟାର ଜଣେ କାରିଗର ଅନୁଷ୍କାଙ୍କ ପାଇଁ ମୁଦି ଡିଜାଇନ୍ କରିଥିଲେ।