ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ୍ ବ୍ୟୁରୋ

ଅମୀର ଖାନ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର। ଅମୀରଙ୍କ ଆଗାମୀ ଫିଲ୍ମ ଲାଲ ସିଂହ ଚଢାର ମୋସନ୍‌ ପୋଷ୍ଟର ରିଲିଜ୍ ହୋଇଛି। ଆଗାମୀ ବର୍ଷ ଖ୍ରୀଷ୍ଟମାସ ବା ଡିସେମ୍ବର ୨୫ରେ ଏହି ଫିଲ୍ମଟି ରିଲିଜ୍ ହେବ।

ବୁଧବାର ଅମୀର ଆଗାମୀ ଫିଲ୍ମ ଲାଲ ସିଂହ ଚଢାର ମୋସନ ପୋଷ୍ଟର ରିଲିଜ ହୋଇଛି। ଅମୀର ଖାନ ନିଜେ ତାଙ୍କ ଟୁଇଟରେ ଏହି ଫିଲ୍ମର ମୋସନ ପୋଷ୍ଟରକୁ ସେଆର କରିଛନ୍ତି। ସେଆର କରି ସେ ଲେଖିଛନ୍ତି ଯେ, କିଏ ଜାଣେ ଆମ ଭିତରେ କାହାଣୀ ଅଛି, କି କାହାଣୀ ଭିତରେ ଆମେ ଅଛୁ।

ଅମୀରଙ୍କ ଏହି ଫିଲ୍ମଟି ହଲିଉଡ୍ ଫିଲ୍ମ ‘ଫରେଷ୍ଟ ଗମ୍ପ’ର ରିମେକ୍। ଏହି ଫିଲ୍ମରେ ଅମୀରଙ୍କ ସହ କରୀନା କୁପର ନଜର ଆସିବେ।

Comment