ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଖିଲାଡି ଷ୍ଟାର ଅକ୍ଷୟ କୁମାର ଫିଲ୍ମ ଇଣ୍ଡଷ୍ଟ୍ରୀରେ ଅନେକ ଆକ୍ସନ, କମେଡି, ଡ୍ରାମା ତଥା ସାଇନ୍ସ ଫ୍ରିକ୍ସନ ଫିଲ୍ମରେ କାମ କରିଛନ୍ତି। ନିକଟରେ ରିଲିଜ ହୋଇଥିବା ଅକ୍ଷୟଙ୍କ ‘ହାଉସଫୁଲ-୪’କୁ ଦର୍ଶକମାନେ ବେଶ୍‌ ପସନ୍ଦ କରିଥିବା ବେଳେ ଏହା ବକ୍ସ ଅଫିସରେ ମଧ୍ୟ ଭଲ ବ୍ୟବସାୟ କରିଛି। ବଲିଉଡ୍‌ର ଏହି ଭର୍ସାଟାଇଲ ଅଭିନେତା ବର୍ତ୍ତମାନ ମ୍ୟୁଜିକ୍‌ ଭିଡିଓରେ ଡେବ୍ୟୁ କରିବାକୁ ଯାଉଛନ୍ତି।

ମଙ୍ଗଳବାର ଅକ୍ଷୟ କୁମାରଙ୍କ ପ୍ରଥମ ମ୍ୟୁଜିକ୍‌ ଭିଡିଓର ‘ଫିଲ୍‌ହାଲ୍‌’ର ଟ୍ରେଲର ରିଲିଜ ହୋଇଯାଇଛି। ୟୁଟ୍ୟୁବ୍‌ ଚ୍ୟାନେଲ ଦେଶୀ ମେଲୋଡି ପକ୍ଷରୁ ମ୍ୟୁଜିକ୍‌ ଭିଡିଓ ‘ଫିଲ୍‌ହାଲ୍‌’ର ଟ୍ରେଲର ରିଲିଜ ରିଲିଜ ହୋଇଛି। ଆସନ୍ତା ନଭେମ୍ବର ୯ ତାରିଖରେ ଏହି ଭିଡିଓ ରିଲିଜ ହେବ।

‘ଫିଲ୍‌ହାଲ୍‌’ରେ ଅକ୍ଷୟ କୁମାରଙ୍କ ସହ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନବାଗତା ନୁପୁର ସାନନଙ୍କୁ ଦେଖିବାକୁ ମିଳିବ। ବି ପ୍ରାକ୍‌ ଏହି ମ୍ୟୁଜିକ୍‌ ଭିଡିଓରେ କଣ୍ଠଦାନ କରିଥିବା ବେଳେ ଏହାର ନିର୍ଦ୍ଦେଶନା ଦେଇଛନ୍ତ ଅରବିନ୍ଦର ଖୈରା।

Comment