ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଚମ ଓ ନବମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ବାହାରିଲା ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ପରୀକ୍ଷା – ୨୦୧୯। ଏଥିପାଇଁ ଆସନ୍ତା ନଭେମ୍ବର ୮ରୁ ଅନ୍‌ଲାଇନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଆବେଦନ କରିବାର ଶେଷ ତାରିଖ ହେଉଛି ୨୯ ନଭେମ୍ବର ୨୦୧୯।

ପଠାଣି ସାମନ୍ତ ଗଣିତ ସ୍କଲାରସିପ୍‌ ଟେଷ୍ଟ୍‌ ପାଇଁ ଦୁଇଟି ସ୍ତରରେ ଆବେଦନ ଗ୍ରହଣ କରାଯିବ। ପ୍ରଥମ ସ୍ତରରେ ପଞ୍ଚମ ଶ୍ରେଣୀରେ ଗଣିତରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍‌ କରିଥିବା ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ସେହିପରି ଦ୍ୱିତୀୟ ସ୍ତରରେ ସପ୍ତମ ଶ୍ରେଣୀରେ ଗଣିତରେ ୫୦ ପ୍ରତିଶତରୁ ଅଧିକ ମାର୍କ ରଖି ପାସ୍‌ କରିଥିବା ନବମ ଶ୍ରେଣୀ ଛାତ୍ରଛାତ୍ରୀ ଆବେଦନ କରିପାରିବେ।

ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ରୂପେ ମାଗଣା। ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡ଼ିବ ନାହିଁ। କେବଳ ଓଡ଼ିଆ ମିଡିୟମ୍‌ରେ ପଢ଼ୁଥିବା ଛାତ୍ରଛାତ୍ରୀ ଏହି ସ୍କଲାରସିପ୍‌ ଟେଷ୍ଟ ପାଇଁ ଆବେଦନ କରିପାରିବେ।

ୟୁପି ସ୍କୁଲ, ୟୁଜିଏମ୍‌ଇ ସ୍କୁଲ କିମ୍ବା ୟୁଜିୟୁପି ସ୍କୁଲରେ ପଢ଼ୁଥିବା ଷଷ୍ଠ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବ୍ଲକ୍‌ ଶିକ୍ଷା ଅଧିକାରୀ ସେମାନଙ୍କ ଆବେଦନ କରିବେ। ସେହିପରି ମାଧ୍ୟମିକ ସ୍କୁଲର ପ୍ରଧାନ ଶିକ୍ଷକ ସ୍କଲାରସିପ୍‌ ପାଇଁ ନିଜ ପିଲାମାନଙ୍କ ଆବେଦନ କରିବେ। ସ୍କଲାରସିପ୍‌ ଟେଷ୍ଟ ପାଇଁ ଆଗାମୀ ଦିନରେ ତାରିଖ ଘୋଷଣା କରାଯିବ।

Comment