ଓଡ଼ିଶାଲାଇଭ୍ ବ୍ୟୁରୋ

ଦିଲ୍ଲୀ ତିସ୍‌ ହଜାରି କୋର୍ଟ ବାହାରେ ଓକିଲ-ପୋଲିସ ପିଟାପିଟି ଘଟଣା ମଙ୍ଗଳବାର ନୂଆ ମୋଡ଼ ନେଇଥିଲା। ପୋଲିସଙ୍କୁ ନ୍ୟାୟ ଦେବା ଦାବିରେ ପୋଲିସ କର୍ମଚାରୀ ଆନ୍ଦୋଳନକୁ ଓହ୍ଲାଇଥିଲେ। ଦିଲ୍ଲୀ ପୋଲିସ ମୁଖ୍ୟାଳୟ ସମ୍ନାରେ ବିକ୍ଷୋଭ କରିଥିଲେ। ପ୍ରାୟ ୧୧ ଘଣ୍ଟା ଧରି ଧାରଣାରେ ବସିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଛି।

ଆନ୍ଦୋଳନରତ ପୋଲିସ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପୋଲିସ କମିଶନର ସାଶ ଗୋଲଚା ପ୍ରତିଶ୍ରୁତି ଦେବା ପରେ ଧାରଣା ହଟିଥିଲା। ସେ କହିଥିଲେ ଓକିଲ-ପୋଲିସ ତୁମୁଳକାଣ୍ଡକୁ ନେଇ କୋର୍ଟଙ୍କ ରାୟ ବିରୋଧରେ ରିଭ୍ୟୁ ପିଟିସନ ଦାଖଲ କରାଯିବ। ଦିଲ୍ଲୀ ହାଇକୋର୍ଟରେ ଏହି ପିଟିସନ ଦାଖଲ କରାଯିବା ସହ ଆହତ ପୋଲିସ କର୍ମଚାରୀଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଦିଆଯିବ।

ତିସ୍‌ ହଜାରୀ କୋର୍ଟ ବାହାରେ ପାର୍କିଂକୁ ନେଇ ପୋଲିସ-ଓକିଲ ମୁହାଁମୁହିଁ ହୋଇଥିଲେ। ପୋଲିସ ଭ୍ୟାନରେ ମଧ୍ୟ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା।

Comment