ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଦିଲ୍ଲୀରେ ବୁଧବାର ଏୟାର କ୍ୱାଲିଟିରେ ସାମାନ୍ୟତମ ସୁଧାର ଆସିଛି। ଫଳରେ ଦିଲ୍ଲୀବାସୀଙ୍କୁ ଆଶ୍ୱସ୍ତି ମିଳିଛି। ଆଗାମୀ କିଛି ଦିନରେ ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଅନୁମାନ କରାଯାଉଛି। ସେହିପରି ଦିଲ୍ଲୀରେ ଆଜି ସ୍କୁଲ ମଧ୍ୟ ଖୋଲିଛି। ବାୟୁ ପ୍ରଦୂଷଣ କାରଣରୁ ଗତ କିଛି ଦିନ ହେବ ଦିଲ୍ଲୀରେ ସମସ୍ତ ସ୍କୁଲ ଛୁଟି ଘୋଷଣା ହୋଇଥିଲା।

ଏବେ ଯଦି ଦିଲ୍ଲୀରେ ବର୍ଷା ହୁଏ ତେବେ ଯାଇ ପ୍ରଦୂଷଣ କମିବ ବୋଲି ଅନେକ ମତ ଦେଇଛନ୍ତି।

ଅନ୍ୟ ପକ୍ଷରେ ୪ ତାରିଖରୁ ଦିଲ୍ଲୀରେ ଆରମ୍ଭ ହୋଇଛି ଅଡ-ଇଭେନ ଫର୍ମୁଲା। ସାଙ୍ଘାତିକ ପ୍ରଦୂଷଣରୁ ଦିଲ୍ଲୀବାସୀଙ୍କୁ ମୁକ୍ତି ଦେବା ଏହି ନିୟମ ଲାଗୁ ହୋଇଛି।

Comment