ଓଡ଼ିଶାଲାଇଭ୍ ବ୍ୟୁରୋ

ପଦାରେ ପଡ଼ିଲା ପ୍ରଧାନଶିକ୍ଷକଙ୍କ ପ୍ରେମ ଲୀଳା। ଜଣେ ଶିକ୍ଷୟତ୍ରୀଙ୍କୁ ସ୍କୁଲରେ ପ୍ରପୋଜ୍‌ କରି ଅଡୁଆରେ ପଡ଼ିଛନ୍ତି ପ୍ରଧାନ ଶିକ୍ଷକ। ଏହି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ କୃଷ୍ଣଭାନୁ ଉଚ୍ଚ ବିଦ୍ୟାଳୟରେ।

ପ୍ରଧାନ ଶିକ୍ଷକ ରତିକାନ୍ତ ଜେନା ସଂପୃକ୍ତ ଶିକ୍ଷୟତ୍ରୀଙ୍କୁ ପ୍ରାୟ ବର୍ଷେ ହେଲା ମାନସିକ ନିର୍ଯାତନା ଦେଇ ଆସୁଥିଲେ। ପ୍ରତିବାଦ କଲେ ତାଙ୍କୁ ଚାକିରିରୁ ବହିଷ୍କାର ଏବଂ ହତ୍ୟା ଧମକ ଦେଇ ଆସୁଥିଲେ। ଫଳରେ ଭୟରେ ଶିକ୍ଷୟତ୍ରୀ ଜଣକ ଏହି କଥା କାହା ଆଗରେ ପ୍ରକାଶ କରି ନଥିଲେ।

ନିର୍ଯାତନା ସୀମା ଟପିବାରୁ ଶିକ୍ଷୟତ୍ରୀ ଜଣକ ବାଧ୍ୟ ହୋଇ ଶିକ୍ଷା ବିଭାଗ, ପୋଲିସ, ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ହେଲେ ପ୍ରଧାନ ଶିକ୍ଷକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଯିବାରୁ ସେ ବାଧ୍ୟ ହୋଇ ମିଡିଆକୁ ଆସିଥିଲେ।

ପ୍ରଧାନ ଶିକ୍ଷକଙ୍କ ପାପ ନଜର ସବୁଠି ଚର୍ଚ୍ଚା ହେବା ପରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ପ୍ରତିକ୍ରିୟା ରଖିଛନ୍ତି। ମନ୍ତ୍ରୀ କହିଛନ୍ତି ଯେ ଏ ସମ୍ପର୍କରେ ବାଲେଶ୍ୱର ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ରିପୋର୍ଟ ମଗା ଯାଇଛି। ରିପୋର୍ଟ ଆସିଲେ କାର୍ଯ୍ୟାନୁଷ୍ଠାନ ନିଆଯିବ।

Comment