ଓଡ଼ିଶାଲାଇଭ୍ ବ୍ୟୁରୋ

କନ୍ଦାଉଛି ପିଆଜ। କେବଳ ଓଡ଼ିଶାରେ ନୁହେଁ, ସାରା ଦେଶରେ ପିଆଜ ଦର ଲଗାମ ଛଡ଼ା ହୋଇଯାଇଛି। ଦେଶର ପ୍ରମୁଖ ସହରରେ ପିଆଜ ୧୦୦ ଟପିଥିବାରୁ କେନ୍ଦ୍ର ସରକାର ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଦେଶରୁ ପିଆଜ ସଙ୍କଟ ଦୂର କରିବା ପାଇଁ ବିଦେଶରୁ ପିଆଜ ଆମଦାନୀ କରିବାକୁ ସରକାର ଯୋଜନା କରୁଛନ୍ତି।

ଏନେଇ କେନ୍ଦ୍ର ସରକାର ଆଫଗାନିସ୍ତାନ, ଇଜିପ୍ଟ, ତୁର୍କୀ, ଇରାନରେ ଥିବା ଭାରତୀୟ ମିଶନକୁ ନିର୍ଦ୍ଦେଶ ଦେଇଛନ୍ତି। ପିଆଜ ଦରକୁ ନେଇ ବସିଥିବା ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ର ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାଶ ପାଶ୍ୱାନ।

ରାମବିଳାଶ ପାଶ୍ୱାନ କହିଛନ୍ତି, ‘‘ଦେଶରେ ବର୍ତ୍ତମାନ ୫୬ ହଜାର ୭୦୦ ଟନ୍ ପିଆଜ ମହଜୁଦ ରହିଛି। ଏଥିମଧ୍ୟରୁ ୧୫୨୫ ଟନ୍‌ ନାଫେଡ ପାଖରେ ରହିଛି। ପିଆଜ ରପ୍ତାନୀ ଉପରେ କଟକଣା ଜାରି କରାଯାଇଛି।’’

ପିଆଜ ଦର ନିୟନ୍ତ୍ରଣ ପାଇଁ ସରକାର ଉଦ୍ୟମ କରୁଛନ୍ତି। ବର୍ଷା ଯୋଗୁଁ ପିଆଜ ଉତ୍ପାଦନ ହ୍ରାସ ପାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

Comment