ଓଡ଼ିଶାଲାଇଭ୍‌ ବ୍ୟୁରୋ

ଝାରସୁଗୁଡ଼ାରୁ ମୁମ୍ବାଇକୁ ସିଧା ସଳଖ ବିମାନସେବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ଚିଠି ଲେଖିଛନ୍ତି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହଙ୍କୁ ଧର୍ମେନ୍ଦ୍ର ପ୍ରଧାନ ଚିଠି ଲେଖିଛନ୍ତି। ପଶ୍ଚିମ ଓଡ଼ିଶା ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଧର୍ମେନ୍ଦ୍ର ଏହି ଚିଠି ଲେଖିଛନ୍ତି।

ପୂର୍ବରୁ ସ୍ପାଇସ୍‌ଜେଟର ଝାରସୁଗୁଡ଼ା-ଦିଲ୍ଲୀ ବିମାନସେବା ସଫଳ ହୋଇଛି। ଏହା ଦ୍ୱାରା ପଶ୍ଚିମ ଓଡିଶାର ଅଧିଂକାଶ ଲୋକମାନେ ସେବାର ଲାଭ ପାଇଥିଲେ ଏବଂ ବାଣିଜ୍ୟିକ ଦୃଷ୍ଟିରୁ ମଧ୍ୟ ସଫଳ ହୋଇଥିଲା।

ଏବେ ଯଦି ଝାରସୁଗୁଡ଼ାରୁ ମୁମ୍ବାଇ ସିଧାସଳଖ ବିମାନ ଉଡ଼େ ତେବେ ପଶ୍ଚିମ ଓଡ଼ିଶାବାସୀ ଉପକୃତ ହେବେ।

Comment