ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ବାଂଲାଦେଶ ଦ୍ୱିତୀୟ ଟି-୨୦ରେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ଫିଲଡିଂର ନିଷ୍ପତ୍ତି ନେଇଛନ୍ତି। ରାଜକୋଟରେ ଖେଳାଯାଉଥିବା ମ୍ୟାଚ୍ ଭାରତ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ। ଏହି ମ୍ୟାଚରେ ହାରିଲେ ଭାରତ ସିରିଜ୍ ହାତଛଡା କରିବ। ତେଣୁ ଯେମିତି ହେଲେ ବି ଭାରତ ଏହି ମ୍ୟାଚରେ ଜିତିବାକୁ ଚେଷ୍ଟା କରିବ।

ଅନ୍ୟପଟେ ପ୍ରଥମ ମ୍ୟାଚରେ ଚତ୍ମକାର ପ୍ରଦର୍ଶନ ପରେ ବାଂଲାଦେଶ ଦଳ ଏହି ମ୍ୟାଚ୍ ଜିତି ସିରିଜ୍ କବଜା କରିବାକୁ ଲକ୍ଷ୍ୟ ରଖିଛି। ଦଳ ପୂର୍ବ ମ୍ୟାଚ ଜିତିଥିବାରୁ ଏହି ମ୍ୟାଚରେ ଆତ୍ମବିଶ୍ଵାସର ସହ ପଡ଼ିଆକୁ ଓହ୍ଲାଇବ।

ଦ୍ୱିତୀୟ ଟି-୨୦ରେ ଭାରତ ପୂର୍ବ ମ୍ୟାଚର ଏକାଦଶକୁ ନେଇ ପଡ଼ିଆକୁ ଓହ୍ଲାଇବ। ଦଳରେ ପରିବର୍ତ୍ତନ ହେବ ବୋଲି ଯାହା ଚର୍ଚ୍ଚା ହେଉଥିଲା ତାହା ଦେଖିବାକୁ ମିଳିନାହଁ। ଏକମାତ୍ର ଖେଳାଳି ଭାବେ ଏହା ରୋହିତ ଶର୍ମାଙ୍କ ୧୦୦ତମ ଟି-୨୦ ମ୍ୟାଚ୍ ହେବ।

Comment