ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୂଆ କେନ୍ଦ୍ରଶାସିତ ଅଞ୍ଚଳ ହେବା ପରେ ଏବେ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲିଟିଛି ଜମ୍ମୁ କଶ୍ମୀର। ଶୀତଦିନ ଆରମ୍ଭ ହେଉଥିଲା ବେଳେ ଭାଲି ଅଞ୍ଚଳରେ ଏ ବର୍ଷର ପ୍ରଥମ ତୁଷାରପାତ ହୋଇଛି। ସେହିପରି ବାରମୁଲ ଗୁଲମାର୍ଗରେ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଛି। ଏହାର ମଜା ନେଇଛନ୍ତି ହଜାର ହଜାର ପର୍ଯ୍ୟଟକ। ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ଏଠାରେ ହଜାର ହଜାର ସଂଖ୍ୟକ ପର୍ଯ୍ୟଟକଙ୍କ ଭିଡ଼ ଲାଗିଛି।।

ଯଦି ଆପଣ ବି ଜମ୍ମୁ କଶ୍ମୀର ବୁଲିବାକୁ ଚାହୁଁଛନ୍ତି ତେବେ ଏହି ଶୀତଦିନରେ ଯାଆନ୍ତୁ।

ଭୂପୃଷ୍ଠରେ ଯଦି ସ୍ୱର୍ଗର କଥା କୁହାଯାଏ ତାହେଲେ ସର୍ବପ୍ରଥମେ ମନକୁ ଜମ୍ମୁ କଶ୍ମୀର ଆସେ। ଜମ୍ମୁ କଶ୍ମୀର ପ୍ରାକୃତିକ ସୌନ୍ଦର୍ଯ୍ୟର କୌଣସି ତୁଳନା ନାହଁ କହିଲେ ମଧ୍ୟ ଭୁଲ ହେବ ନାହଁ।

ଯେଉଁଠି ବରଫର ଚାଦରରେ ଉଚ୍ଚା ଉଚ୍ଚା ପାହାଡ଼ ସଜେଇ ହୋଇଥାଏ। ରାସ୍ତାର ଦୁଇ ପାର୍ଶ୍ୱରେ ଡେଙ୍ଗା ଡେଙ୍ଗା ଦେବଦାରୁ ଗଛ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ। ସବୁଠାରୁ ଆକର୍ଷଣୀୟ ହୋଇଥାଏ କଶ୍ମୀରର ଚିନାର ଗଛ ଓ ତା’ର ପତ୍ର। ଜମ୍ମୁ କଶ୍ମୀରର ଶୋଭାବର୍ଦ୍ଧନ କରୁଥିବା ନଦୀ ଝରଣା ପର୍ଯ୍ୟଟକଙ୍କୁ ନିଜ ଆଡ଼କୁ ଟାଣିଥାଏ। ବିଶ୍ୱର କୋଣ ଅନୁକୋଣରୁ ଲୋକ ଏଠାକୁ ଆସିଥାନ୍ତି। ବଲିଉଡର ଅନେକ ଫିଲ୍ମ ମଧ୍ୟ ଜମ୍ମୁ କଶ୍ମୀରରେ ସୁଟିଂ ହୋଇଛି।

ଆପଣ ଯଦି କଶ୍ମୀର ବୁଲିବାକୁ ଯିବେ ତେବେ ଆପଣ କଶ୍ମୀରୀ ପୋଷାକ, କଶ୍ମୀରୀ ଖାଦ୍ୟର ମଜା ନେଇ ପାରିବେ। ଏଥିସହ ଆପଣ ଡାଲ ହ୍ରଦରେ ବୋଟିଂର ମଜା ମଧ୍ୟ ନେଇ ପାରିବେ। ଉଚ୍ଚ ପାହାଡ଼ ଉପରେ ଅବସ୍ଥିତ ଶଙ୍କରାଚାର୍ଯ୍ୟ ମନ୍ଦିର କଶ୍ମୀରର ଅନ୍ୟ ଏକ ପର୍ଯ୍ୟଟନସ୍ଥଳୀ।

ଗୋଟିଏ ପଟେ ଜମ୍ମୁ କଶ୍ମୀରର ପ୍ରାକୃତିକ ସୌନ୍ଦର୍ଯ୍ୟ ସିନା ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ

Comment