ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିମୁଦ୍ରୀକରଣକୁ ଆଜି ତିନି ବର୍ଷ ପୂରଣ ହୋଇଛି। ୨୦୧୬ ମସିହା ନଭେମ୍ବର ୮ତାରିଖ ଆଜିର ଦିନରେ ଦେଶରେ ପୁରୁଣା ୫ ଶହ ଟଙ୍କିଆ ଓ ହଜାର ଟଙ୍କିଆ ନୋଟ୍ ବନ୍ଦ ହୋଇଯାଇଥିଲା।

ନଭେମ୍ବର ୮ ତାରିଖ ରାତି ୮ଟା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ପୁରୁଣା ୫ ଶହ ଓ ହଜାର ଟଙ୍କିଆ ନୋଟ୍ ଅଚଳ ହେବା ନେଇ ଘୋଷଣା କରିଥିଲେ। ଏହାସହ ତୁରନ୍ତ ଲୋକମାନଙ୍କୁ ସେମାନଙ୍କର ୫୦୦ ଓ ୧୦୦୦ ଟଙ୍କିଆ ନୋଟକୁ ବ୍ୟାଙ୍କରେ ଭର୍ତ୍ତି କରିବାକୁ ପ୍ରଧାନମନ୍ତ୍ରୀ କହିଥିଲେ।

ସେହି ସମୟରେ ଲୋକମାନେ ନିଜର ଟଙ୍କା ବ୍ୟାଙ୍କରେ ଜମା କରିବା ନେଇ ଲମ୍ବା ଲାଇନ୍ ଲଗେଇଥିବା ଦେଖିବାକୁ ମିଳିଥିଲା। କେତେକ ସ୍ଥାନରେ ପୁରୁଣା ୫୦୦ଓ ୧୦୦୦ ଟଙ୍କିଆ ବ୍ୟାଗ୍ ଫିଙ୍ଗା ହୋଇଥିବା ନଜର ଆସିଥିଲା।

ବିମୁଦ୍ରୀକରଣର କିଛିଦିନ ପରେ ଦେଶରେ ନୂଆ ୫୦୦ ଓ ୨ ହଜାର ଟଙ୍କିଆ ନୋଟ୍ ପ୍ରଚଳନ ହୋଇଥିଲା। ଏହି ନୋଟ୍ ପ୍ରଚଳନ ପରେ ମଧ୍ୟ ଏଟିଏମ୍ ଓ ବ୍ୟାଙ୍କମାନଙ୍କରେ ନୂଆ ନୋଟ୍ ପାଇବା ପାଇଁ ଲମ୍ବା ଲାଇନ୍ ଲଗାଇଥିଲେ ଲୋକ।

ଦେଶରୁ କଳାଧନ ହଟାଇବାକୁ  ପ୍ରଧାନମନ୍ତ୍ରୀ ମୋଦୀ ଏହି ବଡ଼ ପଦକ୍ଷେପ ନେଇଥିଲେ।

Comment