ଓଡ଼ିଶାଲାଇଭ୍‌ ବ୍ୟୁରୋ

ବର୍ଷ ବର୍ଷ ଧରି ଚାଲି ଆସୁଥିବା ଅଯୋଧ୍ୟା ମାମଲାର ଚୂଡ଼ାନ୍ତ ରାୟ ଶନିବାର ପ୍ରକାଶ ପାଇବ। ଶନିବାର ଅର୍ଥାତ୍‌ ଆସନ୍ତାକାଲି ସକାଳ ୧୦.୩୦ରେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ ଏହାର ଫଇସଲା ଶୁଣାଇବେ।

ସୁପ୍ରିମକୋର୍ଟଙ୍କ ରାୟକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଉତ୍ତରପ୍ରଦେଶରେ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି। ବର୍ତ୍ତମାନ ଅଯୋଧ୍ୟାରେ ୧୪୪ ଧାରା ଲାଗୁ ରହିଛି। ରାଜ୍ୟର ସବୁ ସମ୍ବେଦନଶୀଳ ସ୍ଥାନରେ ପର୍ଯ୍ୟାପ୍ତ ପୋଲିସ ମୂତୟନ କରିବା ପାଇଁ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ସୁପ୍ରିମକୋର୍ଟଙ୍କ ରାୟକୁ ନେଇ ଦେଶରେ ଯେପରି କୌଣସି ଅପ୍ରିୟ ଘଟଣା ନଘଟିବ ସେଥିପ୍ରତି ଦୃଷ୍ଟି ଦିଆଯାଇଛି।

ଗତ ଅକ୍ଟୋବର ୧୬ ତାରିଖରେ ଅଯୋଧ୍ୟା ଜମି ବିବାଦ ମାମଲାରେ ସୁପ୍ରିମକୋର୍ଟରେ ଦୀର୍ଘ ୪୦ ଦିନର ଶୁଣାଣି ଶେଷ ହୋଇଥିଲା। ଉଭୟ ହିନ୍ଦୁ ଓ ମୁସଲିମ୍‌ ପକ୍ଷର ଓକିଲ ଦଲିଲ ଓ ଯୁକ୍ତି ଉପସ୍ଥାପନା କରିବା ପରେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧିନରେ ଗଠିତ ୫ ଜଣିଆ ସମ୍ବିଧାନିକ ଖଣ୍ଡପୀଠ ନିଜର ରାୟ ସଂରକ୍ଷିତ କରିଥିଲେ। ଆସନ୍ତାକାଲି ସକାଳ ସାଢ଼େ ୧୦ଟାରେ ଅଯୋଧ୍ୟା ମାମଲାର ରାୟ ପ୍ରକାଶ ପାଇବ।

Comment