ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁଇ ଦଶନ୍ଧି ଧରି ଚାଲିଆସିଥିବା ୟାହୁ ଗ୍ରୁପ ବନ୍ଦ ହେବାକୁ ଯାଉଛି। ଯେଉଁ ମାନେ ୟାହୁର ଗ୍ରାହକ ଥିଲେ ଡାଟା ସେଭ କରିବା ପାଇଁ କମ୍ପାନି ପକ୍ଷରୁ ୫ ସପ୍ତାହ ସମୟ  ଦିଆଯାଇଛି। ଡିସେମ୍ବର ୧୪ ତାରିଖ ସୁଦ୍ଧା ନିଜ ଡାଟାକୁ ନରଖିଲେ ସବୁ ଦିନ ପାଇଁ ଏହା ଚାଲିଯିବ ବୋଲି ଗ୍ରୁପ ପକ୍ଷରୁ  ଚେତାବନୀ ଦିଆଯାଇଛି।

ଭେରିଜୋନ ମାଲିକାନାରେ ଥିବା ୟାହୁ ଗ୍ରୁପ ଇତିମଧ୍ୟରେ ତାର ସାଇଟରେ ଡାଟା ଅପଲୋଡ କରିବା ବନ୍ଦ କରିଦେଇଛି। ୧୪ ଡିସେମ୍ବରରୁ ୟାହୁର ସବୁ ଗ୍ରୁପକୁ ଘରୋଇ କରିଦିଆଯିବ ଓ ବର୍ତ୍ତମାନର ଡାଟାକୁ ଉଡେଇଦିଆଯିବ।

ୟାହୁ ଗ୍ରୁପର ଟିମ୍‌ ପକ୍ଷରୁ ତାର ୟୁଜରମାନଙ୍କ ପାଖକୁ ଇମେଲ ଜରିଆରେ କୁହାଯାଇଛି ଯେ ଲୋକଙ୍କ ପ୍ରାଇଭେସିକୁ କମ୍ପାନି ବହୁତ ଗୁରୁତ୍ୱ ଦିଏ। ଏଣୁ ୟାହୁ ଗ୍ରୁପର ବିଭିନ୍ନ ସାଇଟରେ ଆପଣ ଯେଉଁ ଡାଟା ରଖିଛନ୍ତି ତାହାକୁ ଡିସେମ୍ବର ୧୪ ତାରିଖ ସୁଦ୍ଧା ସେଭ କରିନିଅନ୍ତୁ। ଗ୍ରୁପର ଡ୍ୟାସବୋର୍ଡରୁ ଫଟୋ ଓ ଅନ୍ୟାନ୍ୟ ଡାଟା ଡାଉନଲୋଡ କରାଯାଇପାରିବ ବୋଲି କମ୍ପାନି କହିଛି।

Comment