ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ବିବାଦୀୟ ମାମଲାରେ ସୁପ୍ରିମକୋର୍ଟଙ୍କ ରାୟରେ ଅସନ୍ତୁଷ୍ଟ ପ୍ରକାଶ କରିଛନ୍ତି ମୁସଲିମ ପକ୍ଷ। ଅଲ୍‌ ଇଣ୍ଡିଆ ମୁସଲିମ୍‌ ପର୍ସନାଲ ଲ ବୋର୍ଡ ଏକ ସାମ୍ବାଦିକ ସମ୍ମିଳନୀ କରି ନିଜର ଅସନ୍ତୋଷ ପ୍ରକାଶ କରିଛନ୍ତି।

‘‘ସମସ୍ତ ଜମି ପ୍ରତିପକ୍ଷକୁ ଦେଇ ଦେଇଛନ୍ତି। କୋର୍ଟଙ୍କ ଏହି ରାୟରେ ଆମେ ସନ୍ତୁଷ୍ଟ ନାହୁଁ। କୋର୍ଟରେ ରିଭ୍ୟୁ ପିଟିସନ କରିବୁ କି ନାହିଁ ବିଚାର କରିବୁ’’, ପ୍ରେସମିଟରେ ମୁସଲିମ ପକ୍ଷ ଓକିଲ ଜାଫରୟାବ ଜଲାନି ଏକଥା କହିଛନ୍ତି।

ସୁପ୍ରିମକୋର୍ଟ ନିର୍ଦ୍ଦେଶ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରି ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

  • ଏହି ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଏ ଏକ ଟ୍ରଷ୍ଟ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର। ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ ନିର୍ଦ୍ଦେଶ। ୩ ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି।
  • ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମୁସଲିମ ପକ୍ଷ ସୁନି ଓ୍ୱକ୍‌ଫ ବୋର୍ଡକୁ ବିକଳ୍ପ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ। ସେହି ଜାଗାରେ ମସଜିଦ ତିଆରି କରି ପାରିବେ ମୁସଲିମ।

Comment