ଓଡ଼ିଶାଲାଇଭ୍ ବ୍ୟୁରୋ

 

ଘଣ୍ଟା କଣ୍ଟା ଯେତିକି ଟିକ ଟିକ କରି ଆଗେଇ ଚାଲିଛି, ଅଯୋଧ୍ୟା ରାୟକୁ ନେଇ ଦେଶବାସୀଙ୍କ ଉତ୍ସୁକତା ସେତିକି ବଢ଼ିବାରେ ଲାଗିଛି। ରାମ ଜନ୍ମଭୂମି-ବାବ୍ରି ମସଜିଦ୍‌ ବିବାଦର ଶେଷ କଥା ଶୁଣାଯିବା ଆରମ୍ଭ ହୋଇଛି। ଯେଉଁ ପାଞ୍ଚ ଜଣିଆ ଖଣ୍ଡପୀଠ ଏହି ରାୟ ଶୁଣାଇବେ ସେମାନେ ହେଲେ :

ଜଷ୍ଟିସ ରଞ୍ଜନ ଗୋଗୋଇ

ସୁପ୍ରିମକୋର୍ଟର ୪୬ତମ ମୁଖ୍ୟ ବିଚାରପତି। ଏଥି ପୂର୍ବରୁ ସେ ଗୁଆହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ଆସନ୍ତା ୧୭ ତାରିଖରେ ସେ ଅବସର ନେବେ। ପୂର୍ବରୁ ସେ ବହୁ ମହତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇସାରିଛନ୍ତି। ଏଥିରେ ଏନଆରସି ଲାଗୁ କରିବା ନିଷ୍ପତ୍ତି ଅନ୍ୟତମ। ସରକାରୀ ବିଜ୍ଞାପନରେ ନେତାମାନଙ୍କ ଫଟୋ ଛପା ହେବ ନାହିଁ ବୋଲି ସେ ରାୟ ଦେଇଥିଲେ।

ଜଷ୍ଟିସ ଏଏ ବୋବଡେ

ଜଷ୍ଟିସ ଗୋଗୋଇ ଅବସର ଗ୍ରହଣ କରିବା ପରେ ଜଷ୍ଟିସ ବୋବଡେ ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ନେବେ।ପୂର୍ବରୁ ସେ ମୁମ୍ବାଇ ଓ ମଧ୍ୟପ୍ରଦେଶ ହାଇକୋର୍ଟର ଚିଫ ଜଷ୍ଟିସ ରହିଛନ୍ତି।ସେ ଏବେ ସୁପ୍ରିମକୋର୍ଟର ବରିଷ୍ଠ ବିଚାରପତି।ପ୍ରାଇଭେସିକୁ ମୌଳିକ ଅଧିକାର ଦେବା ଓ ଦିଲ୍ଲୀରେ ବାଣ ଫୁଟାଯାଇପାରିବ ନାହିଁ ଏସବୁ ଗୁରୁତ୍ୱପୂର୍ଣ୍ଣ ରାୟ ସେ ଦେଇଛନ୍ତି।

ଜଷ୍ଟିସ ଅଶୋକ ଭୂଷଣ

ଉତ୍ତର ପ୍ରଦେଶ ଜୌନପୁରର ବାସିନ୍ଦା ଜଷ୍ଟିସ ଭୂଷଣ ପୂର୍ବରୁ କେରଳ ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।ତାଙ୍କର ବଡ଼ ଫଇସଲା ମଧ୍ୟରେ ଇଛା ମୃତ୍ୟୁ,ଦିଲ୍ଲୀ ସରକାର ଓ ଉପରାଜ୍ୟପାଳ ଙ୍କ ଭିତରେ କ୍ଷମତା ବଣ୍ଟନ ଆଦି ଅନ୍ତର୍ଭୁକ୍ତ।ସେ  ଅଧିକାର ସମ୍ପର୍କୀତ ଏକ ସାମ୍ବିଧାନିକ ବେଞ୍ଚର ସଦସ୍ୟ ଅଛନ୍ତି।

ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ଼

ଜଷ୍ଟିସ ଚନ୍ଦ୍ରଚୁଡ଼ ପୂର୍ବରୁ  ମୁମ୍ବାଇ ଓ ଆଲାହାବାଦ ହାଇକୋର୍ଟରେ ଜଜ୍ ଓ ଚିଫ ଜଷ୍ଟିସ ରହିଛନ୍ତି। ତାଙ୍କର ପୂରା ନାଁ ହେଉଛି ଧନଞ୍ଜୟ ଯସୱନ୍ତ ଚନ୍ଦ୍ରଚୁଡ଼।କେରଳ ସବରୀମାଲା ମନ୍ଦିରରେ ମହିଳା ପ୍ରବେଶ କରିପାରିବେ ବୋଲି ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଦେଇଥିଲେ। ଆଇପିସି ୪୯୭ରେ ସମାନ ଅଧିକାର ଓ ସମଲିଙ୍ଗୀ ସମ୍ପର୍କ ଅପରାଧ ନୁହେଁ ଆଦି ରାୟ ସେ ଦେଇଛନ୍ତି।

ଜଷ୍ଟିସ  ଅବଦୁଲ ନଜିର

ଏଥି ପୂର୍ବରୁ ସେ କର୍ଣ୍ଣାଟକ  ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ।ଅନେକ ମାମଲାରେ ସେ ଭିନ୍ନ ମତ ଦେଇ ଚର୍ଚ୍ଚାକୁ ଆସିଥିଲେ।

Comment