ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ବିବାଦୀୟ ଅଯୋଧ୍ୟା ମାମଲାରେ ଶନିବାର ସୁପ୍ରିମକୋର୍ଟ ଐତିହାସିକ ରାୟ ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ରାୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ କରିଛନ୍ତି।

ଦେଶରେ ଶାନ୍ତି ଓ ଏକତା ରକ୍ଷା କରିବା ପାଇଁ ଦେଶବାସୀଙ୍କୁ ଟୁଇଟ ଜରିଆରେ ଅନୁରୋଧ କରିଛନ୍ତି।

ମୋଦୀ ଟୁଇଟ୍ କରି ଲେଖିଛନ୍ତି, “ଏହି ନିଷ୍ପତ୍ତି କାହା ପାଇଁ ହାର କିମ୍ବା ଜିତ୍ ନୁହେଁ। ଏହା କାହା ପାଇଁ ରାମ ଭକ୍ତି  କିମ୍ବା ଆଉ କାହା ପାଇଁ ରହିମ୍ ଭକ୍ତି ନୁହେଁ। ଏହା ଆମ ସମସ୍ତଙ୍କ ଭିତରେ ଥିବା ଦେଶ ଭକ୍ତିର ଭାବନାକୁ ଶକ୍ତି ଯୋଗାଇବ।”

ଏହି ନିଷ୍ପତ୍ତି ଆମ ଦେଶର ହଜାର ବର୍ଷର ପୁରୁଣା ଭାଇଚାରା ଓ ୧୩୦କୋଟି ଭାରତୀୟଙ୍କ ମଧ୍ୟରେ ଶାନ୍ତି ଓ ଭାଇଚାରାର ପରିଚୟ ହେବ ବୋଲି ଟୁଇଟ୍ କରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।।

ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ବିବାଦୀୟ ଭୂମିରେ ରାମ ମନ୍ଦିର ନିର୍ମାଣ ହେବ। ଏହାସହ ମୁସଲିମ୍ ପକ୍ଷଙ୍କ ପାଇଁ ଅନ୍ୟ ଏକ ସ୍ଥାନରେ ୫ ଏକର ଜମି ଚିହ୍ନଟ ହେବ ଯେଉଁଠି ସେମାନେ ମସଜିଦ୍ ନିର୍ମାଣ କରିପାରିବେ।

ଏହାସହ ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବିବାଦର ସମାଧାନ ପାଇଁ ଦୁଇ ପକ୍ଷକୁ ନିଜର ଦାବି ଉପସ୍ଥାପନ ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇଥିଲା। ତେଣୁ ସମ୍ପୂର୍ଣ୍ଣ ନ୍ୟାୟିକ ବ୍ୟବସ୍ଥା ଅନୁସାରେ ଏହି ରାୟ ପ୍ରକାଶ ପାଇଛି। ତେଣୁ ଦେଶବାସୀ ଏହି ରାୟକୁ ସମ୍ମାନ ଜଣାନ୍ତୁ।

Comment