ଓଡ଼ିଶାଲାଇଭ୍ ବ୍ୟୁରୋ

ଅଯୋଧ୍ୟା ମାମଲା ରାୟ ପ୍ରକାଶ ପାଇବା ପରେ ଶନିବାର ସନ୍ଧ୍ୟା ୬ଟା ସମୟରେ ଦେଶ ଉଦ୍ଦେଶ୍ୟରେ ସମ୍ବୋଧନ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି।

ଶନିବାର ସୁପ୍ରିମକୋର୍ଟ ଦେଶର ବହୁ ପ୍ରତୀକ୍ଷିତ ଅଯୋଧ୍ୟା ମାମଲା ଉପରେ ରାୟ ପ୍ରକାଶ କରିଛନ୍ତି। ତେଣୁ ମୋଦୀ ଏହି ବିଷୟ ଉପରେ ନିଜର ଅଭିଭାଷଣ ରଖିବେ ବୋଲି ଆଶା କରାଯାଉଛି।

ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇବା ପରେ ମଧ୍ୟ ମୋଦୀ ଟୁଇଟ୍ କରି ଦେଶରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ଦେଶବାସୀଙ୍କୁ ଅନୁରୋଧ କରିଥିଲେ।

Comment