ଓଡ଼ିଶାଲାଇଭ୍ ବ୍ୟୁରୋ

ରାମ ଜନ୍ମଭୂମି ବା ଅଯୋଧ୍ୟାକୁ ନେଇ ଲାଗିଥିବା ବିବାଦକୁ ଶନିବାର ଏକ ରମକ ଶେଷ କରିଛନ୍ତି ସୁପ୍ରିମକୋର୍ଟ। ଏହି ବିବାଦୀୟ ମାମଲାର ଶୁଣାଣି କରି ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ଆପଣ ଜାଣନ୍ତି କି ଅଯୋଧ୍ୟା ପ୍ରାଚୀନ କାଳରୁ ହିଁ ଧର୍ମ ଓ ସଂସ୍କୃତିର ପବିତ୍ର ନଗରୀ ଭାବେ ସଂପୂର୍ଣ୍ଣ ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ପର୍ଯ୍ୟଟନ ଦୃଷ୍ଟିରୁ ଦେଖିଲେ ଏଠାରେ ବହୁ ମନ୍ଦିର ଓ ଆଧ୍ୟାତ୍ମିକ ସ୍ଥଳ ବୁଲି ପାରିବେ ପର୍ଯ୍ୟଟକ।

ଆସନ୍ତୁ ଜାଣିବା ସରୟୁ ନଦୀ କୂଳରେ ଥିବା ଅଯୋଧ୍ୟାର ସେମିତି କିଛି ପର୍ଯ୍ୟଟନସ୍ଥଳ ସଂପର୍କରେ…

ହନୁମାନଗଢି

ଅଯୋଧ୍ୟାରେ ହନୁମାନଗଢିରେ ରାମ ଭକ୍ତ ହନୁମାନଙ୍କର ଏକ ବିଶାଳ ମନ୍ଦିର ରହିଛି। କୁହାଯାଏ ଯେ ଅଯୋଧ୍ୟାକୁ ଆସୁଥିବା ଲୋକେ ସର୍ବପ୍ରଥମେ ହନୁମାନଭଢି ଯାଇ ବଜରଙ୍ଗବାଲୀଙ୍କ ଆଶୀର୍ବାଦ ନେଇଥାନ୍ତି। କାରଣ ହନୁମାନଙ୍କ କୃପା ବିନା କାହାକୁ ରାମଙ୍କ ଆଶୀର୍ବାଦ ମିଳେନି ବୋଲି ବିଶ୍ୱାସ ରହିଛି।

ଦିଗମ୍ବର ଜୈନ ମନ୍ଦିର

ଜୈନ ଧର୍ମାବଲମ୍ବୀଙ୍କ ପାଇଁ ଅଯୋଧ୍ୟାରେ ଏକ  ଭବ୍ୟ ମନ୍ଦିର ରହିଛି। ଜୈନ ଧର୍ମର ପ୍ରଥମ ତୀର୍ଥଙ୍କର ୠଷଭଦେବଙ୍କ ଜନ୍ମ ଏହିଠାରେ ହୋଇଥିଲା ବୋଲି ବିଶ୍ୱାସ ରହିଛି।

କନକ ଭବନ

ଅଯୋଧ୍ୟାରେ ରାମ-ସୀତାଙ୍କର ଏକ ବିଶାଳ ଭବ୍ୟ ମନ୍ଦିର ରହିଛି। ଯାହାକୁ କନକ ଭବନ ବୋଲି କୁହାଯାଏ।

ରାଜା ଦଶରଥଙ୍କ ମହଲ

ଅଯୋଧ୍ୟାରେ ରାଜା ଦଶରଥଙ୍କ ମହଲ ବହୁତ ପ୍ରାଚୀନ। ଏହି ମହଲ ନିକଟରେ ଶ୍ରଦ୍ଧାଳୁ ଭଜନ କୀର୍ତ୍ତନ କରିଥାନ୍ତି।ଏହାଛଡ଼ା ଆପଣ ସରୟ ନଦୀରେ ନୌବିହାର କରିବାର ସୁଯୋଗ ପାଇ ପାରିବେ। କୁହାଯାଏ ଏହି ନଦୀ ପାର କରି ପ୍ରଭୁ ରାମଚନ୍ଦ୍ର ବନବାସ ଯାଇଥିଲେ।

Comment