ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁ ଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରି ବିବାଦୀୟ ଜମିରେ ମନ୍ଦିର ନିର୍ମାଣ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

୧- ଅଯୋଧ୍ୟାରେ ନିର୍ମାଣ ହେବ ରାମ ମନ୍ଦିର।

୨ -ମନ୍ଦିର ନିର୍ମାଣ ପାଇଁ ୩ ମାସ ମଧ୍ୟରେ ଏକ ଟ୍ରଷ୍ଟ ବୋର୍ଡ ତିଆରି କରିବେ କେନ୍ଦ୍ର ସରକାର।

୩ – ବିବାଦୀୟ ଜମିର ମାଲିକାନା ସତ୍ତ୍ୱ ଟ୍ରଷ୍ଟକୁ ଦେବାକୁ ନିର୍ଦ୍ଦେଶ।

୪- ମାସ ଭିତରେ ଯୋଜନା ପ୍ରସ୍ତୁତ କରିବାକୁ ନିଷ୍ପତ୍ତି।

୫- ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ ମୁସଲିମ ପକ୍ଷ ସୁନି ଓ୍ୱକ୍‌ଫ ବୋର୍ଡକୁ ବିକଳ୍ପ ୫ ଏକର ଜମି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ସେହି ଜାଗାରେ ମସଜିଦ ତିଆରି କରିପାରିବେ ମୁସଲିମ।

୬- ବିବାଦୀୟ ଜମିକୁ ରାମଜନ୍ମଭୂମି ନ୍ୟାସକୁ ଦେବାକୁ ନିର୍ଦ୍ଦେଶ।

୭ – ୨୦୧୦ରେ ଆଲହାବାଦ୍‌ କୋର୍ଟ ଦ୍ୱାରା ବିବାଦୀୟ ୨.୭୭ ଜାଗାକୁ ତିନି ପକ୍ଷ ମଧ୍ୟରେ ବାଣ୍ଟିବା ପାଇଁ ହୋଇଥିବା ନିଷ୍ପତ୍ତିକୁ ସୁପ୍ରିମ୍‌କୋର୍ଟଙ୍କ ଖାରଜ।

୮- ଦ୍ୱାଦଶ ଦଶ ଓ ଷୋଡଶ ଶତାବ୍ଦୀରେ ଏଠାରେ କ’ଣ ଥିଲା ପ୍ରମାଣ ନାହିଁ । ଏଏସଆଇ ରିର୍ପୋଟ ଅନୁସାରେ ସେଠାରେ ମନ୍ଦିର ଥିଲା।

୯- ମନ୍ଦିର ଭାଙ୍ଗି ମସଜିଦ ତିଆରି କରିବା ଉଲ୍ଲେଖ ନାହଁ।

୧୦- ୧୮୫୭ ପୂର୍ବରୁ ସେଠାରେ ରାମଙ୍କୁ ପୂଜା କରୁଥିଲେ ହିନ୍ଦୁ।

Comment