ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟା ଜମି ବିବାଦ ମାମଲା ହେଉଛି ସୁପ୍ରିମକୋର୍ଟ ଇତିହାସର ଦ୍ୱିତୀୟ ଦୀର୍ଘତମ ଶୁଣାଣି। ବର୍ଷ ବର୍ଷ ଧରି ଅଯୋଧ୍ୟାରେ ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦ୍‌ ଜମି ବିବାଦ ମାମଲାରେ ସପ୍ରିମକୋର୍ଟରେ ଦୀର୍ଘ ୪୦ ଦିନ ଧରି ଶୁଣାଣି ଚାଲିଥିଲା। ଏହାକୁ ସୁପ୍ରିମକୋର୍ଟ ଇତିହାସର ଦ୍ୱିତୀୟ ଦୀର୍ଘତମ ଶୁଣାଣି କୁହାଯାଉଛି।

ଧାର୍ମିକ ତଥା ରାଜନୈତିକ ଦୃଷ୍ଟିକୋଣରୁ ଏହା ଏକ ସମ୍ବେଦନଶୀଳ ଘଟଣା ଭାବେ ବର୍ଷ ବର୍ଷ ଧରି ବିବାଦ ଲାଗି ରହିଛି। ଗତ ଅଗଷ୍ଟ ୬ ତାରିଖରେ ସୁପ୍ରିମକୋର୍ଟରେ ଅଯୋଧ୍ୟା ମାମଲାର ଶୁଣାଣି ଆରମ୍ଭ ହୋଇଥିଲା। ପ୍ରଥମେ ଅକ୍ଟୋବର ୧୮ ଯାଏଁ ଶୁଣିଣି ହେବ ବୋଲି ସ୍ଥିର କରାଯାଇଥିଲା। ହେଲେ ପରେ ୧୭ ଏବଂ ଶେଷରେ ଅକ୍ଟୋବର ୧୬ରେ ଶୁଣାଣି ପ୍ରକ୍ରିୟା ବନ୍ଦ କରି ରାୟ ସଂରକ୍ଷିତ ରଖଥିଲେ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇଙ୍କ ଦ୍ୱାରା ଗଠିତ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ।

ନଭେମ୍ବର ୯ରେ ଏହି ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ବିବାଦୀୟ ଜମିରେ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ରାୟ ପ୍ରକାଶ କରିଥିଲେ। ଏଥିସହିତ ମସଜିଦ୍‌ ନିର୍ମାଣ ପାଇଁ ମୁସଲିମ୍‌ଙ୍କ ୫ ଏକ ଜମି ଦେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ମାମଲାର ଶୁଣାଣି ସୁପ୍ରିମକୋର୍ଟର ଦ୍ୱିତୀୟ ଦୀର୍ଘତମ ଶୁଣାଣି ହୋଇପାରିଛି।

୧୯୭୩ ମସିହାରେ କେଶବାନନ୍ଦ ଭାରତୀ ମାମଲା ସୁପ୍ରିମକୋର୍ଟର ଦୀର୍ଘତମ ଶୁଣାଣି ହୋଇଥିଲା। ସୁପ୍ରିମକୋର୍ଟରେ ଏହି ମାମଲା ଦୀର୍ଘ ୬୮ ଦିନ ଯାଏଁ ଚାଲିଥିଲା। ସେହିପରି ତୃତୀୟ ଦୀର୍ଘ ଶୁଣାଣି ହୋଇଥିଲା ଆଧାର ସ୍କିମ୍‌ ପାଇଁ। ଏହା ୩୮ ଦିନ ଧରି ଚାଲିଥିଲା।

Comment