ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ସୁପ୍ରିମକୋର୍ଟ ଫଇସଲା ଶୁଣାଇବା ପରେ ରାମ ମନ୍ଦିର ନିର୍ମାଣକୁ ନେଇ ଉତ୍ସୁକତା ଦେଖିବାକୁ ମିଳିଛି। ୩୦ ବର୍ଷ ପୂର୍ବେ ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ଭାଇ ବିଶ୍ୱ ହିନ୍ଦୁ ପରିଷଦର ଅଶୋକ ସିଙ୍ଗଲଙ୍କ ସହ ମିଶି ରାମ ମନ୍ଦିର ନିର୍ମାଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ।

ଆର୍କିଟେକ୍ଟ ଚନ୍ଦ୍ରକାନ୍ତଙ୍କ କହିବା ଅନୁଯାୟୀ, ମନ୍ଦର ନିର୍ମାଣରେ ୨ ହଜାର କାରୀଗର ଲାଗିଲେ ପ୍ରାୟ ଅଢ଼େଇ ବର୍ଷ ମଧ୍ୟରେ ମନ୍ଦିର କାର୍ଯ୍ୟ ଶେଷ ହେବ। ମନ୍ଦର ନିର୍ମାଣରେ ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଅନୁମାନ କରାଯାଉଥିବା ସେ କହିଛନ୍ତି।

ଉତ୍ତର ଭାରତରେ ହିନ୍ଦୁ ସ୍ଥାପତ୍ୟ କଳାର ୩ଟି ଶୈଳୀ ହେଉଛି ନାଗର, ଦ୍ରାବିଡ ଏବଂ ବୈସର। ନାଗର ଶୈଳୀ ଉତ୍ତର ଭାରତରେ ବେଶ୍‌ ପ୍ରସିଦ୍ଧ। ଏହାକୁ ଦୃଷ୍ଟିରେ ରଖି ଆର୍କିଟେକ୍ଟ ଚନ୍ଦ୍ରକାନ୍ତ ଭାଇ ରାମ ମନ୍ଦର ନିର୍ମାଣ ପାଇଁ ନାଗର ଶୈଳୀରେ ୬ଟି ଉନ୍ନତ ମଡେଲ ପ୍ରସ୍ତୁତ କରିଛନ୍ତି। ଏଡି ମଡେଲର ୫୦ ପ୍ରତିଶତ କାମ ହୋଇସାରିଛି। ବର୍ତ୍ତମାନ ମନ୍ଦିରର ଦଧିନଉତିର ଡିଜାଇନ୍‌ କାମ ଚାଲିଛି।

ତେବେ ମନ୍ଦିରର ନିର୍ମାଣରେ ଲୁହାର ବ୍ୟବହାର କରାଯିବ ନାହିଁ। ମନ୍ଦିରକୁ ପଥରରେ ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ନିଆଯାଇଛି। ମୁଖ୍ୟ ମନ୍ଦିରରେ ରାମଙ୍କ ସହିତ ସୀତା, ଲକ୍ଷ୍ମମ, ଭରତ, ଶତ୍ରୁଘ୍ନ ଏବଂ ଭଗବାନ ଗଣେଶଙ୍କ ପ୍ରତିମା ରଖାଯିବା ନେଇ ଶୁଣିବାକୁ ମିଳିଛି।

Comment