ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଯୋଧ୍ୟାର ବିବାଦିତ ଜମି ଉପରେ ମନ୍ଦିର ନିର୍ମାଣ ହେବ ଓ ମସଜିଦ ପାଇଁ ୫ ଏକର ‘ଉପଯୁକ୍ତ’ ଜମି ଖୋଜାଯିବ ସୁପ୍ରିମକୋର୍ଟ ରାୟ ଦେଇଛନ୍ତି ସତ ହେଲେ ଏହି ‘ଉପଯୁକ୍ତ’ ଜମି ଯୋଗାଇ ଦେବା ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ପାଇଁ କାଠିକର ପାଠ ହେବାକୁ ଯାଉଛି। ସୁପ୍ରିମକୋର୍ଟର ଆଦେଶ ପାଳନ କରିବା ବେଳେ ଉତ୍ତର ପ୍ରଦେଶ ସରକାର ପାଇଁ ଅତ୍ୟନ୍ତ କଠିନ ପରିସ୍ଥିତି ସୃଷ୍ଟି କରିବ।

ଉତ୍ତର ପ୍ରଦେଶ ସରକାରଙ୍କ ଜଣେ ଅଧିକାରୀ କହିଛନ୍ତି ଯେ, ଅଯୋଧ୍ୟା ଭଳି ଏକ ଘନ ଲୋକସଂଖ୍ୟା ବିଶିଷ୍ଟ ସହରରେ ୫ ଏକର ଜମି ଖୋଜି ପାଇବା କଷ୍ଟ। ସେ କହିଛନ୍ତି, ମନ୍ଦିର ନିକଟରେ ସରଜୁ ନଦୀ ଏପଟେ ଥିବା ଅଯୋଧ୍ୟା ନଗର ନିଗମର ଜମି ଦେବା ସମ୍ଭବ ନୁହେଁ। ତା’ଛଡ଼ା ସୁପ୍ରିମକୋର୍ଟର ଆଦେଶକୁ ସମ୍ମାନ ଦେଇ ଅଧିଗ୍ରହଣ ହୋଇଥିବା  ୬୭ ଏକର ଜମିରୁ ଏହି ୫ ଏକର ଦିଆଯିବ ନା ଅନ୍ୟ କେଉଁଠି ଦିଆଯିବ ତାହା ଯୋଗୀ ସରକାର ନିଷ୍ପତ୍ତି ନେବେ।

ଆଉ ଏକ ବିବାଦୀୟ ବିଷୟ ହେଲା ୧୪ କୋଶୀ ପରିକ୍ରମା ପଥରେ ମସଜିଦ ପାଇଁ ଜାଗା ଦିଆଯିବ କି ନାହିଁ। ଏହି  ପଥରେ ହିନ୍ଦୁ ଶ୍ରଦ୍ଧାଳୁ ମାନେ ସାଧାରଣତଃ ପରିକ୍ରମା କରିଥାନ୍ତି। ତେବେ ଶୁଣାଯାଉଛି ମସଜିଦ ପାଇଁ ଫଇଜାବାଦ ରାଜପଥ କଡ଼ରେ ଦିଆଯିବ।

Comment